ପାଇକମାଲ ହାଇସ୍କୁଲରେ ରେଡକ୍ରସ ପ୍ରଶିକ୍ଷଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷ୍ୟାଳୟରେ ରେଡକ୍ରସ ପ୍ରଶିକ୍ଷଣ ପ୍ରଧାନ ଶିକ୍ଷକ ଡ଼ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଛି । ଜିଲ୍ଲା ରେଡକ୍ରସ ତରଫରୁ ଆୟୋଜିତ ଏହି ପ୍ରଶିକ୍ଷଣରେ ଡିଲେଶ୍ୱର ସାହୁ ପ୍ରାଥମିକ ଚିକିତ୍ସାରେ ଦୁର୍ଘଟଣା ସମୟରେ କେମିତି ତତକ୍ଷଣାତ ଉଦ୍ଧାର କାର୍ଯ୍ୟ କରି ବହୁମୂଲ୍ୟ ଜୀବନ ରକ୍ଷା କରାଯାଇ ପାରିବ ସେ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ୧୮୧ ଜଣ ଛାତ୍ରଛାତ୍ରୀ ଏହି ପ୍ରଶିକ୍ଷଣ ନେଇଥିଲେ । ବ୍ଲକ ସଂଯୋଜକ ଲୋକନାଥ ସାହୁ ଓ ବିଦ୍ୟାଳୟର କାଉନସେଲର ଆନନ୍ଦିନୀ ସେଠ୍ ମଞ୍ଚାସୀନ ଥିଲେ । ବବିତା ବେହେରା, ଜ୍ୟୋତିର୍ମୟୀ ପଟ୍ଟନାୟକ, ସୁଦାମ ପାଣ୍ଡେ, ଅମିତ ସାହୁ, ଲଳିତ କୁମାର ବିଶ୍ଵାଳ, ମଧୁସ୍ମିତା ମେହେର, ନିରୁପମା ସାହୁ ସହ ଯୋଗ କରିଥିଲେ । ତ୍ରିଲୋଚନ ନାଏକ ଅତିଥି ପରିଚୟ ଏବଂ ଅମିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.