ପାରିଶ୍ରମିକ ମିଳିବା ଦାବୀରେ ଶ୍ରମିକ ମାନେ ବେଲପଡା ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା

ପାଟଣାଗଡ଼, (ଗୋରେଖନାଥ ବରିହା) : କରୋନା ମହାମାରୀ ଯୋଗୁଁ ସରକାର ଏହି ବର୍ଷ କୋଟି କୋଟି ଟଙ୍କା ବିନିଯୋଗ କରି ଅନେକ ଯୋଜନା ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି । କିନ୍ତୁ ଠିକ ଭାବରେ ମଜୁରିଆ ମାନଙ୍କୁ ନ ମିଳିବା ଅଭିଯୋଗ ଦିନକୁ ଦିନ ଆସୁଛି । ସୂଚନା ଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଧୁମାଭଟା ପଞ୍ଚାୟତରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶରେ ଚଳିତ ବର୍ଷ ଜାନୁୟାରୀ ମାସରେ ଆବାସ ଗୃହ କାମ କରିବା ପାଇଁ ରାଜମିସ୍ତ୍ରୀ ମାନେ ଲାଗିଥିଲେ । ହେଲେ ସେମାନେ ଏପର୍ଯ୍ୟନ୍ତ ତାଙ୍କ ପ୍ରାପ୍ୟ ଟଙ୍କା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଥର ସରପଞ୍ଚ ଓ ବ୍ଳକ ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା ତାଙ୍କର ମଜୁରୀ ଟଙ୍କା ପାଇନାହାନ୍ତି । ଶେଷରେ ସେମାନେ ହତାଶ ହୋଇ ଆଜି ବେଲପଡା କୋଶଳ ରାଜ୍ୟ ସମନ୍ୱୟ ସମିତି ସଂପାଦକ ଗିରିଧାରୀ ଭୋଇ, ଜିତୁ ନାଏକ, ସଞ୍ଜିବ ଶର୍ମା, ସଭାପତି ଜନାର୍ଦ୍ଦନ ସିଂଙ୍କ ନେତୃତ୍ୱରେ ବେଲପଡା ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ବିଡିଓ ବାହାରକୁ ଆସି କୋୖଣସି ପ୍ରତିକ୍ରିୟା ନ ଦେବାରୁ ସେମାନେ ଲିଖିତ ଭାବେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ବିଷୟରେ ଆମେ ବେଲପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟୋରିଆ ସୋରେଙ୍ଗଙ୍କୁ ପଚାରିବାରୁ ସେ କହିଲେ ଯେ ପ୍ରକୃତରେ ଏହି ରାଜମିସ୍ତ୍ରୀ ମାନେ କାମ କରିଥିଲେ ଓ ଏମାଙ୍କ ପ୍ରାପ୍ତ ଟଙ୍କା ସରକାରଙ୍କ ଠାରୁ ଆସିନାହିଁ । ଯେତେବେଳେ ଏମାନଙ୍କ ପାରିଶ୍ରମିକ ଟଙ୍କା ଆସିବ ସଙ୍ଗେ ସଙ୍ଗେ ଆମେ ସେମାନଙ୍କୁ ପ୍ରଦାନ କରିବୁ । ତାଙ୍କ ମଜୁରୀ ଟଙ୍କା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଛୁ । ଏବେ ଦେଖିବାକୁ ବାକି ରହିଲା କେତେଦିନ ଭିତରେ ଏ ମାନଙ୍କ ପ୍ରାପ୍ୟ ଟଙ୍କା ମିଳିବ? ଲିଖିତ ଦାବୀପତ୍ର ନିରାକାର ବୁଡେକ, ଭିଷ୍ମ କରଣ, ପୁରୁଷୋତ୍ତମ ମଲିକ, ଦେବାନନ୍ଦ ମଲ୍ଲିକ, ପୁଷ୍କର ବୁଡେକ, ହାଡୁ ବୁଡେକ ପ୍ରମୁଖ ଶ୍ରମିକଙ୍କ ସ୍ୱାକ୍ଷର ରହିଥିବା ଜଣାପଡିଛି । ଏହାକୁ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ସଙ୍ଗେ ସଙ୍ଗେ ଯଥାଶୀଘ୍ର ଏମାଙ୍କୁ ଉକ୍ତ ପ୍ରାପ୍ତ ଟଙ୍କା ଦିଆଯାଉ ବୋଲି ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.