ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ସଭାପତି ଇଂ. ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ବଲାଙ୍ଗିର ପୌରାଞ୍ଚଳରେ ଥିବା ବିଭିନ୍ନ ସମସ୍ୟାକୁ ନେଇ କମିଟିର ପ୍ରତିନିଧିମାନଙ୍କ ସହ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନେଇ ଏକ ଆଲୋଚନା ହେବାପାଇଁ ନିଷ୍ପତ୍ତି ହୋଇଛି । ସେହିପରି କମିଟି ତରଫରୁ ଏକ ସ୍ମରଣିକା ପ୍ରକାସ ପାଇବା, ନୂତନ ସଭ୍ୟ ଗ୍ରହଣ କରିବା ଇତ୍ୟାଦି ସମ୍ବନ୍ଧରେ ଆଲୋଚନା ହୋଇଥିଲା । ସାଧାରଣ ସଂପାଦକ ମନୋରଂଜନ ସାହୁ ସଭାକୁ ପରିଚାଳନା କରି ନୂତନ ସଭ୍ୟମାନଙ୍କୁ ନାଗରିକ କମିଟିର ଅତୀତର ଉପଲବ୍ଧି ସହ ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ । ଆଲୋଚନାରେ ଗଜେନ୍ଦ୍ର ଭମର, ଜୟରାମ ମିଶ୍ର, କିଶୋର ମୋହନ ମିଶ୍ର, ଗୋପଭୂଷଣ ନାଥ, ଅଶୋକ ମିଶ୍ର, ଧର୍ମବ୍ରତ ରଥ, ଗୋପବନ୍ଧୁ ପୁରୋହିତ, ପ୍ରଶାନ୍ତ ପଟ୍ଟନାୟକ,ସରୋଜ ଚୋପଦାର, ଦିବାକର ହୋତା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ନୂତନ ସଭ୍ୟ ରୂପେ ଲୋକନାଥ ନେପାକ, ସୁବାଷ ଚନ୍ଦ୍ର ଶତପଥି, ସୁବାଷ ଚନ୍ଦ୍ର ଦାଶ, କୃପାସିନ୍ଧୁ ମିଶ୍ର, ନରେନ୍ଦ୍ର ଆଚାର୍ଯ୍ୟ, ସନ୍ତୋଷ କୁମାର ତ୍ରିପାଠି, ବିଭୁତି ଭୂଷଣ ତ୍ରିପାଠି, ଅଶୋକ ରଣା ଓ କିଶୋର କୁମାର ପୁରୋହିତଙ୍କୁ ଗ୍ରହଣ କରାଯାଇଥିଲା । କମିଟିର ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।