jayashree

ଯୁଗ୍ମ ସଚିବଙ୍କ ‘୫ଟି’ ରୂପାନ୍ତରଣ ବିଦ୍ୟାଳୟ ଓ ଉନ୍ନୟନ କାର୍ଯ୍ୟ ପରିଦର୍ଶନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ମନୋଜ କୁମାର ସ୍ବାଇଁ ଗତକାଲି ଅଚାନକ ଡେଲାଙ୍ଗ ବ୍ଲକ ଗସ୍ତ କରି ପ୍ରଥମ ପର୍ଯ୍ୟାୟରେ ଡେଲାଙ୍ଗ ବ୍ଲକରେ ‘୫ଟି’ ରୂପାନ୍ତରଣ ଯୋଜନାରେ ଅନ୍ତର୍ଭୁକ୍ତ ବିଦ୍ୟାଳୟ ସମେତ ଦ୍ଵିତୀୟ ପର୍ଯ୍ୟାୟରେ ଏହି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ତଥା ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ‘୫ଟି’ ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଯୁଗ୍ମ ସଚିବ ଶ୍ରୀ ସ୍ବାଇଁଙ୍କୁ ଅବଗତ କରାଇବା ସହ ସୋମନାଥଦେବ ଉଚ୍ଚ ବିଦ୍ୟାପୀଠ, ହରିରାଜପୁର, ଷଡାଂଗୋଇ ଉଚ୍ଚ ବିଦ୍ୟାଳୟ, ଚାଇଁପୁର, ବିଶ୍ଵନାଥଦେବ ଉଚ୍ଚ ବିଦ୍ୟାପୀଠ, ଗଡ଼ ମୋଟରୀ ସମେତ ବ୍ଲକ କାର୍ଯ୍ୟାଳୟ ପରିସର ସୌନ୍ଦର୍ଯ୍ୟିକରଣ କାର୍ଯ୍ୟ, କାର୍ଯ୍ୟକାରୀ ହେଉଥିବା ମିଶନ ଶକ୍ତି କେଫ, ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଏବଂ ବେରବୋଇ ଗାନ୍ଧୀ ସ୍ମୃତିପୀଠ ପ୍ରଭୃତି ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖାଇଥିଲେ । ବିଭିନ୍ନ କାର୍ଯ୍ୟର ନିର୍ମାଣ ଓ ଅଗ୍ରଗତି ଦେଖି ଯୁଗ୍ମ ସଚିବ ଶ୍ରୀ ସ୍ବାଇଁ ସନ୍ତୋଷ ପ୍ରକାଶ କରିବା ସହ ନିର୍ଦ୍ଧାରିତ ଅବଧି ସୁଦ୍ଧା ସମସ୍ତ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ ସମୟରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେଶ୍ୱର ମହାରଣା, କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ରାଉତ, ଶୁଭ୍ରଜିତା ପାଣି, ଚିତ୍ରୋତ୍ପଳା ନାୟକଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.