ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ୟୁନିଟ ଓ ଗ୍ରାସିମ ଇଣ୍ଡଷ୍ଟ୍ରି ଲିମିଟେଡ଼, ଗଞ୍ଜାମର ମିଳିତ ଆନୁକୂଲ୍ୟରେ ଗଞ୍ଜାମ ମହାବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ସ୍ମରଣିକା ହୋତାଙ୍କ ତତ୍ତ୍ୱାବଧାନରେ ବୃକ୍ଷରୋପଣ କରାଯାଇଥିଲା । ଗ୍ରାସିମ ଇଣ୍ଡଷ୍ଟ୍ରିର ସି ଏସ ଆର ମୁଖ୍ୟ ସୁସ୍ମିତା ବେହେରା ଓ କର୍ମଚାରୀ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗଂଜାମ ମହାବିଦ୍ୟାଳୟ ଯୁବ ରେଡକ୍ରସ ୟୁନିଟର କାଉନସିଲର ଅଧ୍ୟାପକ ସୂର୍ଯ୍ୟନାରାୟଣ ମୁଦୁଲି ଓ ଅଧ୍ୟାପିକା ଖୁସବ ନାଜ୍ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାଧ୍ୟାପିକା ମମତା ପାଢ଼ୀ, ଡ଼. ପୀତାମ୍ବର ବେହେରା, ଡ଼. ଦୁର୍ଗା ପ୍ରସାଦ ଦାଶ, ଅଧ୍ୟାପକ ସୁମନ ସେଠୀ, ଅରୁନ୍ଧତୀ ସିଂ, ଶୁଭେନ୍ଦୁ ବିକାଶ ଟହଲ, ଗୀତାଞ୍ଜଳୀ ବେହେରା, ଶ୍ରୀଧର ବଢ଼େଇ, ତଥା ମହାବିଦ୍ୟାଳୟ କର୍ମଚାରୀ ପ୍ରଦୀପ ପଟ୍ଟନାୟକ, ରଘୁନାଥ ରେଡ୍ଡୀ, ଅଜୟ ବାରିକ, ଚକ୍ରପାଣି ରେଡ୍ଡୀ ଓ କଲେଜର ତିରିଶରୁ ଉର୍ଦ୍ଧ ଯୁବ ରେଡ଼କ୍ରସର ସ୍ୱେଚ୍ଛାସେବୀ ଗଛ ଲଗାଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।