centurian jitm

ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ

nschool

ବରଗଡ, (ମୁନ୍ନା ସାହୁ) : ପଶ୍ଚିମବଙ୍ଗ ମୁରସିଦାବାଦରେ ମମତା ବାନାର୍ଜୀ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନେ ହିନ୍ଦୁମାନଙ୍କ ଉପରେ କରୁଥିବା ଅତ୍ୟାଚାର ଓ ହିନ୍ଦୁ ମହିଳାମାନଙ୍କୁ ନିର୍ଯ୍ୟାତନା ଘଟଣାକୁ ନେଇ ବୁଧବାର ବରଗଡ଼ ସହର ସ୍ଥିତ ଗାନ୍ଧିଛକରେ ମମତା ବାନାର୍ଜୀଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ଜାମୁକାଶ୍ମୀରରେ ଆତଙ୍କବାଦୀମାନେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିଥିବା ଘଟଣାରେ ପାକିସ୍ତାନ ପତାକା ଦାହ କରାଯିବା ସହ ପାକିସ୍ତାନ ମୁର୍ଦାବାଦର ନାରା ଦିଆଯାଇଛି । ଏହାସହ ବରଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ବରଗଡ଼ରେ ରହୁଥିବା ବାଂଲାଦେଶୀମାନଙ୍କୁ ବରଗଡ଼ରୁ ବିଦା କରିବା ପାଇଁ ଦାବି କରାଯାଇଛି । ୪୮ ଘଣ୍ଟା ମଧ୍ୟରେ ବାଂଲାଦେଶୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟମାନେ ନିଜେ ବାଂଲାଦେଶୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦିଆଯାଇଛି । ବରଗଡ଼ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟମାନେ ଉପସ୍ଥିତ ରହିବା ସହ ଭାରତରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ଗ୍ରହଣ କରାଯିବ ନାହିଁ ବୋଲି ଜଣାଇବା ସହ ସରକାର ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରାଯାଇଛି ।

Leave A Reply

Your email address will not be published.