
ଲୋଇସିଂହା, (ସୁଶିଲ କୁମାର ମିଶ୍ର) : ଲୋଇସିଂହା ଠାରେ ପରିମଳ ବ୍ୟବସ୍ଥା ସୁଧାର ପାଇଁ ୩ଦଫା ଦାବୀ ନେଇ ଲୋଇସିଂହା ବ୍ଲକ ସାମ୍ବାଦିକ ସଂଘ ଗତ ୧୫ ତାରିଖରେ ଲୋଇସିଂହା ସରପଂଚ, ବିଡିଓ, ତହସିଲଦାର, ଆଇଆଇସିଙ୍କୁ ଲିଖିତ ଆକାରରେ ଜଣାଇଥିଳେ । ଉକ୍ତ ସମସ୍ୟାର ସମାଧାନ ପାଇଁ ୧୯ତାରିଖ ପର୍ଯ୍ୟନ୍ତ ମହଲତ୍ ଦିଆଯାଇଥିଲା । ନଚେତ୍ ୨୦ ତାରିଖରୁ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେବାକୁ ସଂଘ ପକ୍ଷରୁ ଘୋଷଣା କରାଯାଇଥିଲା । ଏବେ ଇତି ମଧ୍ୟରେ ମହଲତ ଅବଧି ସରିଯାଇଥିବା ବେଳେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ବ୍ଲକ ସାମ୍ବାଦିକ ସଂଘ ବିଡିଓ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ୩ଦଫା ଦାବୀ ହେଲା -ସ୍ଥାୟୀ ଡମ୍ପିୟାର୍ଡ ପାଇଁ ତହସିଲଦାର ସ୍ଥାନ ଚିହ୍ନଟ କରି ତୁରନ୍ତ ଡମ୍ପିୟାର୍ଡ ନିର୍ମାଣ କରନ୍ତୁ । ପ୍ରତିମାସ ଲୋଇସିଂହାର ବିଭିନ୍ନ ସ୍ଥାନରୁ ଆବର୍ଜନା ଉଠାଇ ଡମ୍ପିୟାର୍ଡରେ ପକାଇବାର ସ୍ଥାୟୀ ବ୍ୟବସ୍ଥା ମଧ୍ୟ କରାଯାଉ । ଏହି ଧାରଣାରେ ସଂଘର ସଭାପତି ସରୋଜ ବିଶ୍ୱାଲ, ସଂପାଦକ ସୁଶାନ୍ତ ବାରିକ, ଶ୍ୟାମ ସୁନ୍ଦର ମେହେର, ବିମଳ ଚନ୍ଦ୍ର ହୋତା, ସାରଂଗ ଭୋଇ, ବିମଳେନ୍ଦୁ ସାହୁ, ଅଭିଳାଶ ହୋତା, ବିନୋଦ ଦୀପ, ଦେବାନନ୍ଦ ପୁଟେଲ, ସରୋଜ ପଧାନ, ଉପସ୍ଥିତ ଥିବା ବେଳେ ମାହେଶ୍ୱରୀ ସଂଗଠନ, ସୁର ସଂଗମ ସଂପାଦକ ସରୋଜ ମହାକୁର ମଧ୍ୟ ଉପସ୍ଥିତ ରହି ଧାରଣାକୁ ସଫଳ କରିଥିଲେ ।