ରାଷ୍ଟ୍ରଭାଷା ପରୀକ୍ଷା ଦେଲେ ୧୨୨ ପରୀକ୍ଷାର୍ଥୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲା ଆନୁକୂଲ୍ୟରେ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୦୬ ପରୀକ୍ଷା କେନ୍ଦ୍ରରେ ଫେବୃଆରି ୨୨ରୁ ୨୫ ପର୍ଯ୍ୟନ୍ତ ରାଷ୍ଟ୍ରଭାଷା ପ୍ରଚାର ସମିତି ଅନ୍ତର୍ଗତ ପ୍ରାଥମିକ, ପ୍ରାରମ୍ଭିକ, ପ୍ରବେଶ, ପରିଚୟ, କୋବିଦ ଓ ରାଷ୍ଟ୍ରଭାଷା ରତ୍ନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲା ଓ ଏହାର ଆଖପାଖ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୨୨ପରୀକ୍ଷାର୍ଥୀ ଯୋଗ ଦେଇଥିଲେ । ସମସ୍ତ ପରୀକ୍ଷା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୂଚାରୁ ରୂପେ ଅନୁଷ୍ଠିତ ହୋଇଥିଲା । ଵୋଲି ସଂସ୍ଥାନର ମ୍ୟାନେଜିଂ ଟ୍ରଷ୍ଟି ତଥା ସମ୍ପାଦକ ଡ. ଜଗନ୍ନାଥ ଦାଶ ଜଣାଇଛନ୍ତି ।

Leave A Reply

Your email address will not be published.