ସମନ୍ୱିତବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ କଲା ଡିଆରଡିଓ

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସମନ୍ୱିତ ବାୟୁ ପ୍ରତିହକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀ (ଆଇଏଡିଡବ୍ଲୁଏସ)ର ପ୍ରଥମ ସଫଳ ପରୀକ୍ଷଣ ସମ୍ପନ୍ନ କରିଛି । ୨୩ ଅଗଷ୍ଟ ୨୦୨୫ରେ ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଓ ଡ଼ିଶା ଉପକୂଳରୁ ଏହି ପରୀକ୍ଷଣ କରାଯାଇଥିଲା । ଆଇଏଡିଡବ୍ଲୁଏସ ଏକ ବହୁ ସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯେଉଁଥିରେ ସମସ୍ତ ସ୍ୱଦେଶୀ ତ୍ୱରିତ ମୁକାବିଲା କ୍ଷମତା ସମ୍ପନ୍ନ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଲକ୍ଷ୍ୟ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର ସଂଯୋଗ କରାଯାଇଛି । ଏହାଛଡ଼ା ଏଥିରେ ଉନ୍ନତ ଅତି ସ୍ୱଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ର ଏବଂ ଉଚ୍ଚକ୍ଷମତା ସମ୍ପନ୍ନ ଲେଜର ଆଧାରିତ ଲକ୍ଷ୍ୟ ଭେଦ କାରୀ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର (ଡିଇଡବ୍ଲୁ) ମଧ୍ୟ ଖଞ୍ଜା ହୋଇଛି । ଏହି କାର୍ଯ୍ୟକ୍ରମର ଅଗ୍ରଣୀ ପ୍ରୟୋଗ ଶାଳା ରୂପେ ମାନ୍ୟତା ଲାଭ କରିଥିବା ପ୍ରତି ରକ୍ଷା ଗବେଷଣା ଏବଂ ବିକାଶ ପ୍ରୟୋଗଶାଳା ଦ୍ୱାରା ବିକଶିତ ଏକ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଦ୍ୱାରା ଅସ୍ତ୍ରପ୍ରଣାଳୀର ସବୁ ଉପକରଣକୁ ସମନ୍ୱିତ ପରିଚାଳନା ଓ ନିୟନ୍ତ୍ରିତ କରାଯାଇଥାଏ । ଭିଏସଏଚଓଆରଏଡିଏସ କୁରି ସର୍ଚ୍ଚସେଣ୍ଟର ଇ ମାରତ ଦ୍ୱାରା ବିକଶିତ କରାଯାଇଥିବାବେଳେ ଡିଇଡବ୍ଲୁକୁ ସେଣ୍ଟର ଫର୍ ହାଇ ଏନର୍ଜିସିଷ୍ଟମ୍ସଆଣ୍ଡ ସାଇନ୍ସେସ୍ ଦ୍ୱାର ବିକଶିତ କରାଯାଇଛି । ଆଜିର ଆକାଶ ମାର୍ଗ ପରୀକ୍ଷଣ ସମୟରେ ଦୁଇଟି ଉଚ୍ଚ ଗତିଶୀଳ ଫିକ୍ସଡ୍ ୱିଙ୍ଗ ମାନବବିହୀନ ଆକାଶ ମାର୍ଗର ଲକ୍ଷ୍ୟ ଏବଂ ଗୋଟିଏ ମଲ୍ଟି କ୍ୟାପ୍ଟର ଡ୍ରୋନ୍ ସମେତ ତିନୋଟି ଭିନ୍ନ ଭିନ୍ନ ଲକ୍ଷ୍ୟକୁ ଏକ ସଙ୍ଗେ ଟାର୍ଗେଟ୍ କରାଯାଇଥିଲା । କ୍ୟୁଆର ଏସଏଏମ, ଭିଏସଏଚଓଆରଏଡିଏସ ଏବଂ ଉଚ୍ଚକ୍ଷମତା ସମ୍ପନ୍ନ ଲେଜର ଅସ୍ତ୍ରପ୍ରଣାଳୀ ଦ୍ୱାରା ଭିନ୍ନଭିନ୍ନ ଦୂରତା ଏବଂ ଉଚ୍ଚତାରେ ଏକ ସମୟରେ ଏଗୁଡ଼ିକୁ ଟାର୍ଗେଟ୍ କରାଯାଇ ଧ୍ୱଂସ କରିଦିଆ ଯାଇଥିଲା । କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ଡ୍ରୋନଚିହ୍ନଟ ଓ ଧ୍ୱଂସପ୍ରଣାଳୀ, ଅସ୍ତ୍ରପ୍ରଣାଳୀର କମାଣ୍ଡ ଏବଂ ନିୟନ୍ତ୍ରଣ ସମେତ ଯୋଗାଯୋଗ ଓ ରାଡାର ଆଦିକୁ ନେଇ ସମ୍ପୂର୍ଣ୍ଣ ଅସ୍ତ୍ରପ୍ରଣାଳୀ ଉପକରଣ ତ୍ରୁଟି ଶୂନ୍ୟ ପ୍ରଦର୍ଶନ କରିଥିଲା । ଫ୍ଲାଇଟ୍ ତଥ୍ୟ ନିରୀକ୍ଷଣ ଲାଗି ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି ଦ୍ୱାରା ନିୟୋଜିତ କରାଯାଇଥିବା ରେଞ୍ଜ ଉପକରଣ ଗୁଡ଼ିକ ଅସ୍ତ୍ରପ୍ରଣାଳୀର ସଠିକ୍ ପ୍ରଦର୍ଶନକୁ ପ୍ରମାଣିତ କରିଥିଲା । ଡିଆରଡିଓ ର ବରିଷ୍ଠ ବୈଜ୍ଞାନିକ ଏବଂ ସେନାବାହିନୀର ପ୍ରତିନିଧିମାନେ ଏହିପରୀକ୍ଷଣ ସମୟରେ ଉପସ୍ଥିତ ରହିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଇଏଡିଡବ୍ଲୁଏସର ସଫଳ ବିକାଶ ପାଇଁ ଡିଆରଡିଓ, ସେନାବାହିନୀ ଏବଂ ଶିଳ୍ପ ଅଂଶୀଦାରମାନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଏହି ଅଭିନବଉଡ଼ାଣ-ପରୀକ୍ଷଣ ଦେଶର ବହୁସ୍ତରୀୟ ବାୟୁ-ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିଛି । ଏହା ଆକାଶ ମାର୍ଗରୁ ଆସୁଥିବା ଶତ୍ରୁପକ୍ଷର ଆକ୍ରମଣକୁ ନିରସ୍ତ୍ର କରିବାରେ ଦେଶର ପ୍ରତିରକ୍ଷା କ୍ଷମତାକୁ ମଜବୁତ କରିବ । ପ୍ରତିରକ୍ଷା ବିଭାଗ ଗବେଷଣା ଏବଂ ବିକାଶ ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ ସଫଳ ଉଡ଼ାଣ-ପରୀକ୍ଷଣରେ ସାମିଲ ସମସ୍ତ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

jittmm
Leave A Reply

Your email address will not be published.