
କଣ୍ଟାବାଞ୍ଜି, (କେପିଏନ୍ଏସ୍) : କଣ୍ଟାବାଞ୍ଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଆନୁକୂଲ୍ୟରେ ତୁରେକେଲା ଡାକ୍ତରଖାନା ଦ୍ଵାରା ଆଶ୍ରମ ବିଦ୍ୟାଳୟରେ ସିକଲସେଲ ଓ ମେଲେରିଆ ପରୀକ୍ଷା ପାଇଁ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ଏହି ଅବସରରେ ବଲାଙ୍ଗିର କାର୍ଯ୍ୟାଳୟ ପକ୍ଷରୁ ସୁନୀତା ମେହେର, ହିମାଂଶୁ ଶେଖର ବାରିକ, ଗୋପାଳକୃଷ୍ଣ ସାହୁ, ଭଗବାନ ମେହେର, ଅଶୋକ କୁମାର ସାହୁ ପରିଦର୍ଶନରେ ଆସିଥିଲେ । ବିପିଏମ ଆଶୁତୋଷ ବହିଦାରଙ୍କ ତତ୍ତ୍ୱାବଧାନରେ ସସ୍ମିତା ଜେନା, ଧରିତ୍ରୀ ବେହେରା, ବିଶ୍ୱଜିତା ଦତ୍ତ, ସବିତା ନାଗ କରିଦେବା ଥରେ ରକ୍ତ ପରୀକ୍ଷା ଆଗାମୀ ପିଢିକୁ ଦେବା ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ଅଧ୍ୟୟନରତ ୧୮୩ଜଣଙ୍କ ସିକଲସେଲ ଓ ମେଲେରିଆ ପରୀକ୍ଷା ପାଇଁ ରକ୍ତ ନମୂନା ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଗୋପାଳ ଧରୁଆ, ସୁକାନ୍ତି ମାଝୀ, ସିଆରସିସି ବିରଞ୍ଚି ନାରାୟଣ ଦାଶ, ଗୀତାଞ୍ଜଳି ମଲ୍ଲିକ, ସମୀର ପଣ୍ଡା ସହଯୋଗ କରିଥିଲେ ।