ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ମାଇଲ କ୍ରାପ୍ଟ ଦନ୍ତ ଚିକିତ୍ସାଳୟ ପକ୍ଷରୁ ପ୍ରତ୍ୟେକ ଗୁରୁବାର ଦିନ ମାଗଣା ଦନ୍ତ ପରୀକ୍ଷା କରାଯିବ ବୋଲି କ୍ଲିନିକର ସତ୍ତ୍ୱାଧିକାରୀ ତଥା ଡ. ଶ୍ୱେତପର୍ଣ୍ଣା ପଣ୍ଡା ଜଣାଇଛନ୍ତି । ବଲାଙ୍ଗିର ସହରର ମସଜିଦ ଛକରେ ଅବସ୍ଥିତ ଏହି ଦନ୍ତ ଚିକିତ୍ସାଳୟକୁ ଆସି ମାଗଣାରେ ଦନ୍ତ ପରୀକ୍ଷାର ସୁଯୋଗ ନେବାକୁ ଡ. ପଣ୍ଡା ନିବେଦନ କରିଛନ୍ତି । ନୂତନ ଭାବେ ଖୋଲିଥିବା ସ୍ମାଇଲ କ୍ରାପ୍ଟ ଦନ୍ତ ଚିକିତ୍ସାଳୟକୁ ନିକଟରେ ଡ. କୃଷ୍ଣ ପ୍ରସାଦ ବହିଦାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ଉଦ୍ଘାଟନ କରିଥିଲେ । ଡ. ପଣ୍ଡା ଦନ୍ତ ଚିକିତ୍ସାରେ ଡିଗ୍ରୀ ହାସଲ କଲା ପରେ ଦିଲ୍ଲୀର ଟୁଥସି ଓ କ୍ଲୋଭ ଡେଣ୍ଟାଲରେ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟରତ ଥିଲେ । ସେ ବଲାଙ୍ଗିରର ପୂର୍ବ ଜୀବନ ବୀମା ଅଧିକାରୀ ଶରତ ପଣ୍ଡାଙ୍କ ଝିଅ ଅଟନ୍ତି ।

Next Post