jittmm
sonalika

“ବିଶ୍ୱ ଥାଇରଏଡ଼ ଦିବସ” ଅବସରରେ ମାଗଣା ରକ୍ତ ପରୀକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ମେହେର ପାଥୋ ଲେବ୍‌ଠାରେ ବିଶ୍ୱ ଥାଇରଏଡ଼ ଦିବସ ପାଳନ ଅବସରରେ ରବିବାର ମାଗଣା ଥାଇରାଏଡ଼ ପରୀକ୍ଷା କରାଯିବା ପାଇ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଏଥିପାଇଁ ୫୬ ଜଣ ରକ୍ତର ନମୁନା ଦେଇଛନ୍ତି । ତାଙ୍କର ରକ୍ତ ନମୁନାକୁ ଭୁବନେଶ୍ୱର ସ୍ଥିତ Thyrocare Labକୁ ପଠାଯାଇଛି । ଉକ୍ତ ରକ୍ତର ନମୁନା ସବୁ ପରୀକ୍ଷା ହୋଇ ସୋମବାର ସନ୍ଧ୍ୟା ସୁଦ୍ଧା ଥାଇରଏଡ଼ ପରୀକ୍ଷାର ରିପୋଟ ସମସ୍ତଙ୍କୁ ମିଳିଯିବ ବୋଲି କହିଛନ୍ତି ଲେବ୍‌ର ପରିଚାଳକ ଓମପ୍ରକାଶ ମେହେର । ୨୫ ମଇ ବିଶ୍ୱ ଥାଇରଏଡ଼ ଦିବସରେ ଶ୍ରୀ ମେହେରଙ୍କ ଜନ୍ମଦିବସ ପଡ଼ୁଥିବାରୁ ସେ ଗତ ତିନିବର୍ଷ ହେଲା ନିସ୍ଵାର୍ଥ ଭାବରେ ନିଃଶୁଳ୍କରେ ଥାଇରଏଡ଼ ପରୀକ୍ଷା କରି ଆସୁଛନ୍ତି । ଆଗକୁ ସ୍ୱାସ୍ଥ୍ୟ ସମ୍ମନ୍ଧିତ ଅନେକ ସକାରାତ୍ମକ ପଦକ୍ଷେପ ନିଆହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ମେହେର । ବର୍ଷକରେ ଥରେ ବିନା ପଇସା ଖର୍ଚ୍ଚ କରି ଥାଇରଏଡ଼ ପରୀକ୍ଷାର ସୁବିଧା ପାଉଥିବାରୁ ପାଇକମାଲ ଅଞ୍ଚଳବାସୀ ଓମ ପ୍ରକାଶ ମେହେରଙ୍କୁ ଧନ୍ୟବାଦ ଦେବା ସହ ଖୁସୀ ପ୍ରକଟ କରିଛନ୍ତି ।

Leave A Reply

Your email address will not be published.