ନିଶା ନିବାରଣ ସଚେତନତା ରଥର ଜିଲ୍ଲା ପରିକ୍ରମା : ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାରେ ନିଶାର କୁପରିଣାମ ଓ ସମାଜରେ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଅବକାରୀ ବିଭାଗ ସୁବର୍ଣ୍ଣପୁର ଆନୁକୂଲ୍ୟରେ ଏକ ନିଶା ନିବାରଣ ସଚେତନତା ରଥକୁ ଜିଲ୍ଲା ପରିକ୍ରମଣ ପୂର୍ବକ ଜନସାଧାରଣଙ୍କୁ ସଚେତନତା କରିବା ଲକ୍ଷ୍ୟରେ ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଏହି ସଚେତନତା ରଥକୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀମତୀ ସୁମତୀ ତ୍ରିପାଠୀ, ବିଭାଗୀୟ ସମସ୍ତ ଅଧିକାରୀ, ଓମ୍‌ ଶାନ୍ତି ଅନୁଷ୍ଠାନର କାର୍ଯ୍ୟକର୍ତ୍ତା, ଡେପୁଟି କଲେକ୍ଟର ଆନନ୍ଦ ଚନ୍ଦ୍ର ପଣ୍ଡା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ପରିକ୍ରମା କରି ଜନସାଧାରଣଙ୍କୁ ନିଶାର କୁପରିଣାମ ଉପରେ ସଚେତନତା କରାଇବ ।

Leave A Reply

Your email address will not be published.