ବଲାଙ୍ଗିର, (କେପିଏନ୍ଏସ୍) : ଇତି ମଧ୍ୟରେ ବିଷ୍ଣୁମୁଣ୍ଡା ବଚ୍ପନ୍ ନଗର ସ୍ଥିତ ଏକାଡେମିକ ହାଇଟ୍ସ ପବ୍ଲିକ ସ୍କୁଲରେ ଏକ ମାଗଣା ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଲାଙ୍ଗିରର ବିଶିଷ୍ଟ ଦନ୍ତ ଚିକିତ୍ସକ ଡ. ଆକାଶ କୁମାର ଜୈନଙ୍କ ସହ ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚ୍ୟୁଟର ବିଶିଷ୍ଟ ଦନ୍ତ ଚିକିତ୍ସକ ଡ. ବି.ଏନ୍ ଦତ୍ତ ଏବଂ କଳିଙ୍ଗ ଇନଷ୍ଟିଚ୍ୟୁଟର ଡ଼ାକ୍ତରୀ ଛାତ୍ରଛାତ୍ରୀ ଡ଼. ଦର୍ଶାନା ସେଠିଆ, ଡ଼. ଜଗଡିସ୍ୱରନ୍ ରେଡ୍ଡୀ, ଡ଼. ରୂପସା ତରପଦ୍ଧର, ଡ଼. ସୁଭ୍ରନୀଲ ଭୌମିକ ଯୋଗଦାନ କରି ବିଦ୍ୟାଳୟର ପ୍ରଥମରୁ ସପ୍ତମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ଦନ୍ତ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ଶତପଥୀ, ବିଦ୍ୟାଳୟର ନିର୍ଦ୍ଦେଶକ ଅଜିତ ଶତପଥୀ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚପଳା ମିଶ୍ର ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନତା ଭାବ ସୃଷ୍ଟି କରିବାର ଏକ ପ୍ରୟାସ ବୋଲି ବିଦ୍ୟାଳୟର ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ଶତପଥୀ ନିଜର ମତବ୍ୟକ୍ତ କରିଥିଲେ ।
