ବିଜେଡି ଦ୍ୱାରା ମାଗଣା ଚକ୍ଷୁ ପରୀକ୍ଷା ଶିବିର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ବିଜୁ ଜନତା ଦଳ ଦ୍ୱାରା ରବିବାର ଦିନ ସ୍ଥାନୀୟ ମାନସ ଭବନରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଲୋକସଭା ସଦସ୍ୟ ତଥା ଓଡିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓଙ୍କ ତତ୍ୱାବଧାନରେ ଏହି ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏସ୍‌ସିଟି ଚକ୍ଷୁ ଚିକିତ୍ସାଳୟ ଟିଟିଲାଗଡର ମିଳିତ ଆନୁକୂଲ୍ୟରେ ଏହା କରାଯାଇଥିଲା । ଏହି ଚକ୍ଷୁ ପରୀକ୍ଷା ଶିବିରରେ ସହରର ଶତାଧିକ ମହିଳା ପୁରୁଷ ନିଜ ନିଜ ଚକ୍ଷୁ ପରୀକ୍ଷା କରିଥିଲେ । ଚକ୍ଷୁ ପରୀକ୍ଷା ପରେ ସଂପୃକ୍ତ ରୋଗୀମାନଙ୍କୁ ଆବଶ୍ୟକସ୍ଥଳେ ଉଚ୍ଚସ୍ତରୀୟ ଚିକିତ୍ସା ଦେବା ପାଇଁ ଶ୍ରୀସିଂଦେଓଙ୍କ ଦ୍ୱାରା ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ଏହି ଶିବିରର କାର୍ଯ୍ୟକ୍ରମଟିକୁ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ସହାୟକ ପି.ଆର୍‌.ସାଗର, ନର୍ସ ସ୍ମିତା ରଣା, ଅପ୍ଟିମେଟ୍ରିଷ୍ଟ ତୃପ୍ତିମୟୀ ମହାକୁଡ, ସାମାଜିକ କର୍ମୀ ପି.କେ.ପଟ୍ଟନାୟକ, ଭରତ ବେହେରା, ରୁପିନଦରା ନାଗ, ଦେବେନ୍ଦ୍ର ଚିରଗୁନ ସହଯୋଗ କରିଥିବା ବେଳେ ବିଜେଡି କଂଟାବାଂଜି ତରଫରୁ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ତଥା ବିଜେଡି ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଗୋପା ମହାନନ୍ଦ, ଜିଲ୍ଲା ସଂପାଦକ ରାଜେନ୍ଦ୍ର ବେହେରା, ଜିଲ୍ଲା ଯୁବ ବିଜେଡି ସାଧାରଣ ସଂପାଦକ ଦେବରାଜ ୟାଦବ, ନଗର ସଭାପତି ଦେବାର ବାରିକ, ମହିଳା ନେତ୍ରୀ ପିଙ୍କି ଖର୍ସେଲ, ଆନନ୍ଦ ଖର୍ସେଲ, ଘଟ ବେସନ, ବାବୁଲି ମହାନନ୍ଦ ସହ ଅନ୍ୟ ବିଜେଡି କର୍ମୀ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.