ଚଳିତ ସପ୍ତାହର ଶେଷ ସୁଦ୍ଧା ପ୍ରକାଶ ପାଇବ ଓସିଏସ୍‍ ପରୀକ୍ଷା ଫଳ

କଟକ : ଚଳିତ ସପ୍ତାହର ଶେଷ ସୁଦ୍ଧା ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ (ଓସିଏସ୍‍) ୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇବ । ଏ ସମ୍ପର୍କରେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ସତ୍ୟଜିତ୍‍ ମହାନ୍ତି ଟ୍ୱିଟର୍‌ରେ ସୂଚନା ଦେଇଛନ୍ତି । ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ ୨୦୨୦ ନିମନ୍ତେ ସାକ୍ଷାତକାର ପରୀକ୍ଷା ସେପ୍ଟେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହେବ । ଏଥିପାଇଁ ପରୀକ୍ଷାର୍ଥୀ ଓଡ଼ିଶା ଲୋକସେବା ଆୟୋଗର ୱେବ୍‍ସାଇଟ୍‌ରେ ସମସ୍ତ ସୂଚନା ପାଇପାରିବେ ବୋଲି କୁହାଯାଇଛି । ସୂଚନା ଥାଉ କି, ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍-୨୦୨୦ ପରୀକ୍ଷା ଫଳ ଏବଂ ଓଡ଼ିଶା ଜୁଡିସିଆଲ୍‍ ସର୍ଭିସେସ୍‍ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ଘଟୁଛି ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ । ତେବେ ମୂଳ୍ୟାଙ୍କନ ନିମନ୍ତେ ଉପଯୁକ୍ତ ପ୍ରଫେସର୍‍ ଓ ଆସୋସିଏଟ୍‍ ପ୍ରଫେସର୍‍ଙ୍କ ଅଭାବ ଥିବା ଦର୍ଶାଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗକୁ ଚିଠି ଦିଆଯାଇଥିଲା ।

Leave A Reply

Your email address will not be published.