ସେପ୍ଟେମ୍ବର ୭ସୁଦ୍ଧା ପ୍ରକାଶ ପାଇବ ନିଟ୍ ପରୀକ୍ଷା ଫଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାତୀୟ ପରୀକ୍ଷଣ ସଂସ୍ଥାନ (ଏନଟିଏ) ପରିଚାଳିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ନିଟ୍‌) ସ୍ନାତକ (ୟୁଜି)-୨୦୨୨ ଫଳ ସେପ୍ଟେମ୍ବର ୭ ସୁଦ୍ଧା ପ୍ରକାଶ ପାଇବା ସମ୍ଭାବନା ରହିଛି । ଏ ସଂକ୍ରାନ୍ତରେ ଏନଟିଏ ପକ୍ଷରୁ ଜଣାପଡ଼ିଛି ।ଜୁଲାଇ ୧୭ରେ ୩୫୭୦ କେନ୍ଦ୍ରରେ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ୧୮ଲକ୍ଷ ୭୨ହଜାର ୩୪୩ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ ।
ଛାତ୍ରଛାତ୍ରୀଙ୍କ ପାଇଁ ଏନ୍‌ଟିଏ ପକ୍ଷରୁ ଉତ୍ତର ସିଟ୍‌ ଛାଡ଼ି ଦିଆଯାଇଛି । ପରୀକ୍ଷାର୍ଥୀ ଉତ୍ତର ସିଟ୍‌ ଡାଉନଲୋଡ କରି ପରୀକ୍ଷା ଶେଷ ପରେ ନେଇଥିବା ନିଜର ଓଏମଆର ନକଲ ସିଟ୍‌ରେ ଉତ୍ତର ଯାଞ୍ଚ କରିବାକୁ କୁହାଯାଇଛି । କାହାର ଅଭିଯୋଗ ଥିଲେ ଅଗଷ୍ଟ ୩୦ ସୁଦ୍ଧା ପ୍ରତି ପ୍ରଶ୍ନ ପିଛା ୨୦୦ ଟଙ୍କା ଜମା କରି ଅଭିଯୋଗପତ୍ର ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.