ବଲାଙ୍ଗିର, (କେପିଏନ୍ଏସ୍) : ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଏନ୍ଆଇଏଲ୍ପି) ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମୂଲ୍ୟାୟନ ପରୀକ୍ଷା (ଏଫ୍ଏଲ୍ଏନ୍ଟି) ବଲାଙ୍ଗିର ଜିଲ୍ଲାର ପ୍ରାୟ ୨୦୦୦ ହଜାର କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଶ୍ରୀ ରିନା କୁମାରୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ବିଆର୍ସିସି, ପ୍ରଧାନ ଶିକ୍ଷକଙ୍କ ସହଯୋଗରେ ଏହି ଅଭିଯାନ ସଫଳ ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏହି ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ବୟସ୍କ ନୀରକ୍ଷର ଲୋକଙ୍କୁ ସାକ୍ଷର କରିବା ହେଉଛି ଏହାର ମୂଳ ଲକ୍ଷ୍ୟ । ସ୍କୁଲ ଶିକ୍ଷକ ଓ ସ୍ୱେଚ୍ଛାସେବୀ ଶିକ୍ଷକ ମାନଙ୍କ ଉଦ୍ୟମରେ ଜିଲ୍ଲାରେ ଘର ଘର ବୁଲି ନୀରକ୍ଷର ଲୋକଙ୍କୁ ସାକ୍ଷର କରିବା ପାଇଁ ଏହି ଅଭିଯାନ ଜାରି ରହିଥିବା ସୂଚନା ମିଳିଛି ।
Prev Post