om academy

ସିୟୁଇଟି ପରୀକ୍ଷା ପାଇଁ ଆବେଦନ ଅବଧି ମେ’ ୨୨କୁ ଘୁଞ୍ଚିଲା

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସିୟୁଇଟି ପରୀକ୍ଷା ପାଇଁ ଆବେଦନ ଅବଧି ମେ’ ୨୨କୁ ଘୁଞ୍ଚି ଥିବା ଜଣାପଡିଛି । ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୟୁଜି ପାଠ୍ୟକ୍ରମରେ ନାମଲେଖା ପାଇଁ ସାରା ଦେଶରେ ହେବାକୁ ଥିବା ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି)ର ଆବେଦନ ସମୟ ସୀମା ଆସନ୍ତା ୨୨ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଶୁକ୍ରବାର ଆବେଦନର ଶେଷ ସମୟ ଥିଲା । ହେଲେ ଅନେକ ଛାତ୍ରଛାତ୍ରୀ ଆବେଦନ କରିପାରି ନଥିବାରୁ ପୁଣି ଥରେ ଏହି ସମୟ ସୀମାକୁ ବୃଦ୍ଧି କରାଯାଇଛି ।

ଆସନ୍ତା ୨୨ ଭିତରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିବା ସହ ଫି ଦାଖଲ କରିବେ । ୨୫ ତାରିଖ ସୁଦ୍ଧା ଆବେଦନପତ୍ରରେ ସଂଶୋଧନ କରିପାରିବେ । ଏନେଇ ନ୍ୟାସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ପରୀକ୍ଷାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହ ଅନ୍ୟ କିଛି ବିଶ୍ୱବିଦ୍ୟାଳୟ ମଧ୍ୟ ଯୋଡ଼ି ହୋଇଛନ୍ତି । ଛାତ୍ରଛାତ୍ରୀ ସମୁଦାୟ ୧୩ଟି ଭାଷାରେ ପରୀକ୍ଷା ଦେବେ ।

Leave A Reply

Your email address will not be published.