ନବସାକ୍ଷର ମାନଙ୍କ ପରୀକ୍ଷା

ଜୟପାଟଣା, (ଶେଷଦେବ ବେହେରା) : ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଜୟପାଟଣା ଅନ୍ତର୍ଗତ ସମସ୍ତ ୧୨ଟି ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ଥିବା ୧୪୫ଟି ପରୀକ୍ଷା କେନ୍ଦ୍ରରେ ୧୪୪୮ ଜଣ ନବସାକ୍ଷର ପରୀକ୍ଷାର୍ଥୀଙ୍କ ପରୀକ୍ଷା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମନାରାୟଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ମୋହନ ଯୋଷୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ଖମାରୀ ତଥା ବ୍ଲକ୍ ଏନ୍‌ଆଇଏଲ୍‌ପିଘଓଖଚ ଦାୟିତ୍ୱରେ ଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସଂପୂର୍ଣ୍ଣ ତଦାରଖ କରିଥିବା ସହିତ ସମସ୍ତ ୧୨ଟି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସହଯୋଗ ପ୍ରଦାନ କରିଥିଲେ । ନବସାକ୍ଷରମାନେ ପୂର୍ଣ୍ଣ ଉତ୍ସାହର ସହିତ ପରୀକ୍ଷା ଦେଇ ଏହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.