oom

ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ-୧ରେ ବୋର୍ଡ ପରୀକ୍ଷା ଦେଲେ ୧୧୯୮ ଜଣ, ୨୪ ଜଣ ଅନୁପସ୍ଥିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଓଡ଼ିଶା ମାଧ୍ୟମିକ ପରିଷଦ, କଟକ ପକ୍ଷରୁ ସାରା ଓଡ଼ିଶାରେ ଦଶମ ଶ୍ରେଣୀ ସମେଟିଭି-୧ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଡେଲାଙ୍ଗ ବ୍ଲକରେ ୮ଟି ପରୀକ୍ଷା କେନ୍ଦ୍ରରରେ ୧୨୨୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ସ୍ଥଳେ ୧୧୯୮ ଜଣ ପରୀକ୍ଷା ଦେଇଛନ୍ତି । ୨୪ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ । ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ, ମହତାବ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଡେଲାଙ୍ଗ, ବିଶ୍ଵନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ, ମୋଟରୀ, କଲ୍ୟାଣପୁର ଉଚ୍ଚ ବିଦ୍ୟାଳୟ, ରାଧାକାନ୍ତ ବିଦ୍ୟାପୀଠ ଡେଲାଙ୍ଗ ଷ୍ଟେସନ ବଜାର, ସରକାରୀ ଉଚ୍ଚ ବିଦ୍ୟାପୀଠ ବେରବୋଇ ଏବଂ ସୋମନାଥ ଉଚ୍ଚ ବିଦ୍ୟାପୀଠ ହରିରାଜପୁର ପରୀକ୍ଷା କେନ୍ଦ୍ରରେ ଆଜି ଆରମ୍ଭ ହୋଇଛି । ଏହା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମଣ୍ଡଳ ସହ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡା ସୂଚନା ଦେଇଛନ୍ତି । ସମସ୍ତ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଡେଲାଙ୍ଗ ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା ।

jittmm
Leave A Reply

Your email address will not be published.