କର୍ଲାମୁଣ୍ଡାରେ ମାଟ୍ରିକ ସମେଟିଭ ପରୀକ୍ଷା ଦେଲେ ୧୧୨୭ ଛାତ୍ରଛାତ୍ରୀ

କଳାହାଣ୍ଡି, (ନରୋତ୍ତମ ସେଲମା) : ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ଛାତ୍ର ଛାତ୍ରୀଙ୍କ ସମେଟିଭ ୧ ପରୀକ୍ଷା । କର୍ଲାମୁଣ୍ଡା ବ୍ଲକର ଛଅଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୧୨୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ଦେବା ପାଇଁ ୧୧୩୭ ଜଣ ଫର୍ମ ଫିଲଭ କରିଥିବା ବେଳେ ୧୦ ଜଣ ଅନୁପସ୍ଥିତ ଥିବା ଜଣାଯାଇଛି । ସୂଚନା ମତେ ରିଷିଡା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୮୭ ଜଣ, ରିଷିଡା ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୫୫ଜଣ, ଗଜବାହାଲ ହାଇସ୍କୁଲରେ ୧୪୭ ଜଣ, ତେରେସିଙ୍ଗା ହାଇସ୍କୁଲରେ ୨୬୬ଜଣ, କର୍ଲାମୁଣ୍ଡା ହାଇସ୍କୁଲରେ ୧୬୦ ଜଣ ଓ ଯୋରାଡବରା ହାଇସ୍କୁଲରେ ୨୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ତେବେ ରିଷିଡା ବାପୁଜୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୭ଜଣ ଓ କର୍ଲାମୁଣ୍ଡାରେ ୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.