oum

୨୮ରେ ଜେଇଇ ଆଡଭାନ୍ସଡ ପରୀକ୍ଷା

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ଆଇଆଇଟି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଆସନ୍ତା ୨୮ରେ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡ଼ଭାନ୍ସଡ ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀଙ୍କ ନିମନ୍ତେ ମଙ୍ଗଳବାରଠାରୁ ଜେଇଇ ଆଡ଼ଭାନ୍ସଡ ୱେବ୍‌ସାଇଟ୍‌ରେ ଆଡ଼ମିଟ୍‌ କାର୍ଡ ଉପଲବ୍ଧ ହୋଇଛି । ବିଦ୍ୟାର୍ଥୀ ୱେବ୍‌ସାଇଟ୍‌ (www.jeeadv.ac.in)କୁ ଲଗ୍‌ଇନ୍‌ କରି ଆଡ଼ମିଟ୍‌ କାର୍ଡ ଡାଉନଲୋଡ କରିପାରିବେ । ପ୍ରବେଶିକା ନିମନ୍ତେ ଜେଇଇ ମୁଖ୍ୟ ରାଙ୍କ ପାଇଥିବା ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ । ପ୍ରଥମ ପେପର ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପେପର ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୧୧ରେ ଫଳ ପ୍ରକାଶ ପାଇବ ବୋଲି ଜେଇଇ ଆଡ଼ଭାନ୍ସଡ ପରୀକ୍ଷା କାର୍ଯ୍ୟସୂଚୀରୁ ଜଣାପଡ଼ିଛି ।

Leave A Reply

Your email address will not be published.