ଜିଲ୍ଲା ସ୍ତରୀୟ ସ୍କୁଲ ଗେମ୍‌ ଟାଇକଣ୍ଡୋ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ ଅସିମ ଟାଇକଣ୍ଡୋ ଏକାଡେମୀରେ ବଲାଙ୍ଗିର ସ୍କୁଲ ସ୍ପୋର୍ଟ୍ସ ଏସୋସିଏସନ ତରଫରୁ ଜିଲ୍ଲା ସ୍ତରୀୟ ସ୍କୁଲ ଗେମ୍‌ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିଭାଗ ତରଫରୁ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ପରିଚାଳନା କରିବା ପାଇଁ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା କୋଚ ଅସୀମ କୁମାର ଭୋଇଙ୍କୁ ଦାୟିତ୍ୱ ଦିଆଯାଇଥିବାର ସୂଚନା ମିଳିଛି । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା ଯୋଗଦାନ ଦେଇ ଫିଟାକାଟି ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଶିକ୍ଷାଧିକାରୀ ସେବାଶ୍ରୀ ଭୋଇ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ଯୋଗଦାନ ଦେଇ ଏହି ସ୍କୁଲ ଗେମ୍‌ ଟାଇକଣ୍ଡୋ ଖେଳରେ ଜାତୀୟ ସ୍ତରରେ ମେଡାଲ ଆଣି ନିଜ ଭବିଷ୍ୟତ ଗଠନ କରିବାରେ ସାକାର ହୁଅନ୍ତୁ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ପ୍ରତିଯୋଗିତାରେ ଅଣ୍ଡର-୧୪ ଓ ଅଣ୍ଡର-୧୭ ବର୍ଗରେ ବିଭିନ୍ନ ସରକାରୀ ସ୍କୁଲର ୬୮ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଜାତୀୟ ସ୍ତରୀୟ ରେଫରି ଅସୀମ ଭୋଇ ରେଫରି ଦାୟିତ୍ୱ ତୁଳାଇଥିଲେ । ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟବେକ୍ଷକ ନରେନ୍ଦ୍ର ମିଶ୍ର, ପିଇଟି ଚନ୍ଦ୍ର ମେହେର, ରାଜ କୁମାର ପାଣିଗ୍ରାହୀ, ସୁଜାତା ମଲ୍ଲିକ, ସସ୍ମିତାରାଣୀ ମିଶ୍ର ଓ ନରସିଂସ୍ୱାମୀ ନାଇଡୁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.