ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ସିଂହିଯୁବା ତରଫରୁ ଜାମପାଲି ଘାଟି ଘଟିଏନରେ ଥିବା ପୁରାତନ ଆର୍ଦ୍ରଭୂମିକୁ କ୍ଷେତ୍ରଭୂମି ପରିଦର୍ଶନରେ ଯାଇ ପ୍ରାକୃତିକ ଭାବେ ଜ୍ଞାନ ଆହରଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧନଶିକ୍ଷକ ରବିଚନ୍ଦ୍ର ପଶୟତଙ୍କ ନେତୃତ୍ୱରେ ବିଦ୍ୟାଳୟର ୧୦୫ ଜଣ ଛାତ୍ରଛାତ୍ରୀଙ୍କୁ ଇକୋ କ୍ଲବ ତରଫରୁ ଆଦ୍ରଭୂମିର ଆବଶ୍ୟକତା, ତାହାର ସଂରକ୍ଷଣ ବିଷୟରେ ମାୟାବର୍ହା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଓ ସମଲେଇଚୁଆଁ ହାଇସ୍କୁଲର ପ୍ରଧାନଶିକ୍ଷକ ଲୋକନାଥ ମେହେର ତାଲିମ ଦେଇଥିଲେ । ସମ୍ବଲପୁର ସ୍ଥିତ ଗାୟତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜୀବ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ମାମିନା ଭୋଇ ଆଦ୍ରଭୂମିର ବ୍ୟବହାର, ଉପଯୋଗୀତା, ଅବକ୍ଷୟ ତଥା ସଂରକ୍ଷଣ ବିଷୟରେ ଏକ ସାରଗର୍ଭକ ପ୍ରକଳ୍ପ ପ୍ରଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଆର୍ଦ୍ରଭୂମି ସମ୍ପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଫଗନୁ କୁମ୍ଭାର, ଶିକ୍ଷକ ରାଜାରାମ ପ୍ରଧାନ, ପ୍ରେମରାଜ ପତି, ପଞ୍ଚାନନ ପଣ୍ଡା, କୁଞ୍ଜବିହାରୀ ପଣ୍ଡା ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଶିବ ପ୍ରସାଦ ଭୁଏ ସଂଯାଜନା କରିଥିଲେ ଓ ସଦାନନ୍ଦ ପାଢ଼ୀ, ବିଜୟ ମିସ୍ତ୍ରୀ ସହଯୋଗ କରିଥିଲେ । ଶିକ୍ଷକ ପଦ୍ମନାଭ ମହାଣା ଧନ୍ୟବାଦ ଅର୍ପଣ କରିଥିଲେ । କଞ୍ଜୀବ, କିରଣ, ଲିପି, କିଶୋର, ମୀନକେତନ, ବିଭୀଷଣ, ସୁରଜ୍, ସମୀର, ରାକେଶ ପ୍ରଭୁତି ସହଯୋଗ କରିଥିଲେ ।
Next Post