ପାଇକମାଲ ବିଇଓଙ୍କ ଗ୍ରାମ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଦନ ସୁନା ରବିବାର ଦିନ ପାଇକମାଲ ଗ୍ରାମ ପଞ୍ଚାୟତର ରଞ୍ଜିତପୁର ଓ ମିଠାପାଲି ଗ୍ରାମ ପଞ୍ଚାୟତର ଡୁଙ୍ଗୁରିପାଲି ଗ୍ରାମ ପରିଦର୍ଶନ କରିଥିଲେ । ଏହି ସମୟରେ ସେ ଗ୍ରାମର ଛାତ୍ରଛାତ୍ରୀଙ୍କ ସହିତ ସାକ୍ଷାତ କରି, ପଢ଼ା-ଲେଖା, ଶିକ୍ଷାଳୟର ସୁବିଧା ଅସୁବିଧା ଓ ସେମାନେ କୌଣସି ସମସ୍ୟା ସମ୍ମୁଖୀନ ହେଉଛନ୍ତି କି ସେଥି ପ୍ରସଙ୍ଗରେ ଆଲୋଚନା କଲେ । ଛାତ୍ରଛାତ୍ରୀଙ୍କୁ ସେ ନୈତିକ ଉତ୍ସାହ ଦେଇଥିଲେ ଓ ନିୟମିତ ପଢ଼ାଶୁଣା କରି, ଶୃଙ୍ଖଳାବଦ୍ଧ ଜୀବନରେ ଆଗକୁ ବଢ଼ିବାକୁ ପ୍ରେରିତ କଲେ । ସେମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଖାତା, କଲମ ଓ ଡ୍ରଇଂ ପେପର୍ ଭଳି ଶିକ୍ଷଣ ସାମଗ୍ରୀ ବଣ୍ଟନ କରିଥିଲେ । ସେ ଡ୍ରପଆଉଟ୍ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ଶିକ୍ଷାଳୟରେ ଭର୍ତ୍ତି କରାଇବା ପାଇଁ ଅଭିଭାବକଙ୍କୁ ଆହ୍ୱାନ କଲେ ଓ ଶିକ୍ଷାର ଗୁରୁତ୍ୱ ବିଷୟରେ ସଚେତନ କରିଥିଲେ । ଛାତ୍ରଛାତ୍ରୀମାନେ ଏହି ସାକ୍ଷାତରେ ଖୁସି ପ୍ରକାଶ କରିଥିଲେ । ଅଭିଭାବକ ଓ ସ୍ଥାନୀୟ ଲୋକମାନେ କହିଥିଲେ ଯେ, ଏପରି ପରିଦର୍ଶନ ଛାତ୍ର ମାନଙ୍କ ମନୋବଳ ବଢ଼ାଇବା ସହିତ ଶିକ୍ଷା ବିଭାଗ ଓ ଗ୍ରାମର ସମ୍ପର୍କକୁ ଆହୁରି ମଜବୁତ କରି ହେବ ବୋଲି କହିଛନ୍ତି ।

Leave A Reply

Your email address will not be published.