oom

ସାଂସଦଙ୍କ ପଦ୍ମପୁର ଉପକାରାଗାର ଓ ଚିକିତ୍ସାଳୟ ପରିଦର୍ଶନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତ ପଦ୍ମପୁର ଉପଖଣ୍ତ ସ୍ତରୀୟ ଚିକିତ୍ସାଳୟ ଓ ଉପ କାରାଗାର ପରିଦର୍ଶନ କରିଥିଲେ । ଚିକିତ୍ସାଳୟରେ ରୋଗୀ ମାନଙ୍କୁ ବିସ୍କୁଟ ଓ ପାଉଁରୁଟି ପ୍ରଦାନ କରିବା ସହିତ ସେମାନଙ୍କ ଚିକିତ୍ସା ସଂର୍ପକରେ ପଚାରି ବୁଝିଥିଲେ । ତତ୍ ସଙ୍ଗେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସହିତ ଠିକ୍ ସମୟରେ ଖାଦ୍ୟ ଓ ଔଷଧ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଉପ କାରାଗାରକୁ ପରିଦର୍ଶନରେ ଯାଇ ବିଚାରଧୀନ କଏଦୀଙ୍କୁ ଅପରାଧିକ କାର୍ଯ୍ୟକଳାପ ଛାଡି, ଶାନ୍ତି ପୂର୍ଣ୍ଣ ଭାବେ ଜୀବନ ଯାପନ କରିବାକୁ ପରାମର୍ଶ ଦେବା ସହ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ବିଚାରଧୀନ କଏଦୀ ମାନଙ୍କ ପାଇଁ ଏଲ୍‌ସିଡି ଟିଭି ଉପ କାରାଗାର ନିରୀକ୍ଷକଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ତାଙ୍କ ସହିତ ବରିଷ୍ଠ ଆଇନଜୀବୀ ରାଜ କିଶୋର ସାହୁ, ପ୍ରୀତେଶ ବହିଦାର, ଚିନ୍ମୟ ପଣ୍ତା, କୁନାଲ ପାଣିଗ୍ରାହୀ, ପ୍ରମୋଦ ମେହେର, ସୁଶାନ୍ତ ନାଗ, ଆଶୁତୋଷ ସାହୁ, ଅଶୋକ ମିଶ୍ର, ନିରୋଜ ଦାଶ, ନୀଳାଞ୍ଚଳ ଦରୁଆନ, ଜ୍ୟୋତ୍ସ୍ନା କର, ରଞ୍ଜୁ ସେଠଙ୍କ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.