oom

କିଶାନ କଂଗ୍ରେସର ଦେଓଗାଁର ବିଭନ୍ନ ମଣ୍ଡି ପରିଦର୍ଶନ

jsmm
  • ଜିଲ୍ଲା ସାରା ଚାଲିଛି କଟନି ଛଟନି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ କମିଟି ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଦେଓଗାଁ ବ୍ଲକର ଜରାସିଂହା, କୁତୁର୍ଲା, ସାରସମାଲ ସହ ବିଭିନ୍ନ ପେକ୍ସକୁ ପରିଦର୍ଶନ କରିଥିଲେ । ଧାନକିଣା ପ୍ରକ୍ରିୟା, ଚାଷୀଙ୍କ ସମସ୍ୟା ସମେତ ଧାନ ମଣ୍ଡିରେ ଚାଷୀଙ୍କ ପାଇଁ ରହିଥିବା ସୁବିଧା ଅସୁବିଧା ପରଖିଥିଲେ । ବିନା କଟନି ଛଟନିରେ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ଦିଆଯାଉଥିବା ନେଇ ବାହାସ୍ପୋଟ ମାରୁଥିବା ରାଜ୍ୟ ସରକାରଙ୍କ ଘୋଷଣା ଏହି ପରିଦର୍ଶନରେ ପଦାରେ ପଡି ଯାଇଥିଲା । ଚାଷୀଙ୍କ ଧାନ କିଣା ପାଇଁ ପର୍ଯ୍ୟାପ୍ତ ପରିମାଣର ଓଜନ, ଏଫ୍‌ଏକ୍ୟୁ ମେସିନ, ଅଖାବସ୍ତା, ଧାନ ସୁରକ୍ଷିତ ରଖିବା ପାଇଁ ଗୋଦାମଗୃହ ଦେଖିବାକୁ ମିଳିନଥିଲା । ସେହିପରି ସମସ୍ତ ସମବାୟ ସମିତିର ବିକ୍ରୟ କେନ୍ଦ୍ରରେ କ୍ୱିଣ୍ଟାଲ ପିଛା ୫ରୁ ୧୦ କେଜି ଧାନ କଟନି ଛଟନି ହେଉଥିବା ସହ ଜରିବସ୍ତାରୁ ମଧ୍ୟ ଅଧା କେଜି କାଟିବା କମିଟି ଜାଣିବାକୁ ପାଇଥିଲା । ଜରାସିଂହା ସମବାୟ ସମିତିର ଧାନକ୍ରୟ କେନ୍ଦ୍ରରେ ସଂପାଦକଙ୍କୁ କମିଟିର କର୍ମକର୍ତ୍ତା କଟନି ଛଟନି ଏବଂ ମଣ୍ଡି ଅବ୍ୟବସ୍ଥା ବିଷୟରେ ପଚାରିବାରୁ ମୁଁ କିଛି ଜାଣିନାହିଁ ଆମ ସମବାୟ ସମିତିର ସଭାପତି ଏବଂ ମିଲ ମାଲିକଙ୍କ ବୁଝାମଣାରେ ହିଁ ଧାନ ଚାଷୀମାନଙ୍କ ଠାରୁ କିଣାଯାଇଥାଏ ବୋଲି ଚାଷୀ ମାନେ କମିଟି ଆଗରେ ମତବ୍ୟକ୍ତ କରିଥିଲେ । ଚାଷୀମାନଙ୍କ ଧାନ ଉଠାଇବା ପାଇଁ ମିଲର୍ସମାନେ ପର୍ଯ୍ୟାପ୍ତ ପରିମାଣର ଧାନବୁହା ଗାଡି ନ ପଠାଇବାରୁ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ଶିକାର ହେଉଥିବା ଅଭିଯୋଗ କରିଥିଲେ । ଏହି କମିଟିରେ ଶ୍ରୀ ମିଶ୍ରଙ୍କ ସମେତ ବ୍ଲକ କିଶାନ କଂଗ୍ରେସ ସଭାପତି ପ୍ରଦ୍ୟୁମ୍ନ ସାହୁ, ସେବାଦଳ ଅଧ୍ୟକ୍ଷ ଅସୀତ ମିଶ୍ର, ପ୍ରଦୋଷ ପାଣିଗ୍ରାହୀ, ଶିବ ପ୍ରସାଦ ପଣ୍ଡା, କରୁଣାକର ମେହେର ଓ ଭିକାରୀ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.