
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା ଓ ଡିଏଲସି ଡ. ପ୍ରଶାନ୍ତ ନାୟକ ମୁରିବାହାଲ ବ୍ଲକର ସ୍ୱଚ୍ଛ ଭାରତ(ଗ୍ରାମୀଣ)ର ଦୁଇ ଆଦର୍ଶ ଗ୍ରାମ ଗରଗଡବାହାଲ ପଞ୍ଚାୟତ କନ୍ଦାଖାଲ ଓ କଟାଡୁଙ୍ଗୁରି ଗ୍ରାମକୁ ବୁଧବାର ପରିଦର୍ଶନ କରିଥିଲେ । ଅଧିକାରୀମାନେ ଉଭୟ ଗ୍ରାମରେ ସ୍ୱଚ୍ଛ ଭାରତ(ଗ୍ରାମୀଣ)ର ଅର୍ଥ କିପରି ବିନିଯୋଗ ହୋଇଛି ତଦାରଖ କରିବା ସହ ଏହି ଯୋଜନାର ହିତାଧିକାରୀମାନେ କେବଳ ପାଇଖାନା ନିର୍ମାଣ କରିଦେଲେ ହେବ ନାହିଁ ଏହାକୁ କିପରି ବ୍ୟବହାର କରି ଗାଁକୁ ସ୍ୱଚ୍ଛ ଓ ନିରୋଗ ରଖିବେ ସେ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ପରେ ପଞ୍ଚାୟତରେ ସ୍ୱଚ୍ଛ ଭାରତ ଗ୍ରାମୀଣ ଯୋଜନାରେ ଏକ ସ୍ୱଚ୍ଛ ପଞ୍ଚାୟତ ଗଠନ ପାଇଁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପରିଦର୍ଶନ ବେଳେ ବ୍ଲକ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ, ଏଇଇ ଅବିନାଶ ମୁଦି, ଏପିଓ ବସନ୍ତ ବଳିଆର ସିଂ, କନିଷ୍ଠ ଯନ୍ତ୍ରୀ ଦାଶରଥି ଶବର, ବିଆର୍ସି ଶ୍ରୀକାନ୍ତ ଜେନା, ବିଏଲ୍ସି ବ୍ରଜମୋହନ ସ୍ୱାଇଁ, ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଉମାକାନ୍ତ ସୁନା, ପିଇଓ ଶରତ କୁମାର ଭୋଇ, ଆକାଉଣ୍ଟାଣ୍ଟ କମ୍ ଡିଇଓ ନିଗମାନନ୍ଦ ଦାସଙ୍କ ସହ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟା, ମିଶନ ଶକ୍ତିର ଏମ୍ବିକେ, ସିଆର୍ପି ଓ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ ।
