ଶିକ୍ଷାଧିକାରୀଙ୍କ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀଙ୍କ ନେତୃତ୍ୱରେ ବ୍ଲକ ଶିକ୍ଷାଧିକାରୀମାନେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପରିଦର୍ଶନ କରିଥିଲେ । ସୋହେଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଅମୃତା ସାହୁ, ଭେଡେନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଚ୍ଛିନ୍ଦ୍ର ମଲ୍ଲିକ, ବରଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର, ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରା, ରାଜ ବୋରସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ଏହି ପରିଦର୍ଶନରେ ସାମିଲ ଥିଲେ । ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ପରିବେଶ ଉପରେ ସମସ୍ତ ଅଧିକାରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ହର୍ବାଲ ଗାର୍ଡେନକୁ ସଜାଡିବାକୁ ଉପଦେଶ ଦେଇଥିଲେ । ଶ୍ରେଣୀ ପରିଦର୍ଶନ କରି ଛାତ୍ରୀମାନଙ୍କୁ ଭବିଷ୍ୟତରେ ସୁନାଗରିକ ହେବା ପାଇଁ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ସ୍ତରୀୟ ସାଇନିଙ୍ଗ ଷ୍ଟାର୍‌ କାର୍ଯ୍ୟକ୍ରମକୁ ପରଖି ପ୍ରଶଂସା କରିଥିଲେ । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ବିଦ୍ୟାଳୟ ପରିଦର୍ଶନରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସା ରାଣୀ ସାହୁ, ମାନସ ରଞ୍ଜନ ଶତପଥୀ, ପୂଜାରାଣୀ ନାୟକ, ରବୀନା ପଧାନ, ସଂଯୁକ୍ତା ଭୋଇ, ମନିଷା ଭୋଇ, ବୃନ୍ଦାବତୀ ସାହୁ, ଖୁସବୁ ବରିହା, ଜ୍ୟୋତି ରେଖା ମହାନନ୍ଦ, ପ୍ରଭାତୀ ପଟ୍ଟନାୟକ, ନିଳୀମା ରାଣୀ ମହାନ୍ତି, ସୁଷମା ଦାସ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର ସହଯୋଗ କରିଥିଲେ ।

Leave A Reply

Your email address will not be published.