om academy

ଧନକାଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ

jsm

ସମ୍ବଲପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦେଢ଼ ମାସର ଗ୍ରୀଷ୍ମଅବକାଶ ପରେ ବିଦ୍ୟାଳୟଗୁଡିକ ଆସନ୍ତା କାଲି ଖୋଲିବାକୁ ଯାଉଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସବୁ ବିଦ୍ୟାଳୟରେ ଶିକ୍ଷକମାନେ ସଫେଇ କରିବେ । ବିଦ୍ୟାଳୟ ଗୁଡିକର ଅବସ୍ଥା କିପରି ଅଛି ତାହା ତଦାରଖ କରିବା ପାଇଁ ଅଣ୍ଟା ଭିଡ଼ିଛି ଧନକାଉଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ । କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସି. ଆର୍‌. ସି. ସି, ଏ. ବି. ଇ. ଓ. ମାନଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ଆଦେଶ ଦିଆଯାଇଛି । ଆଜି ସକାଳୁ ନିଜେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବଶ୍ରୀ ଭୋଇ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନରେ ଆସି ବିଦ୍ୟାଳୟ ମାନଙ୍କର ସ୍ୱଚ୍ଛତା ଓ ନିରାପତ୍ତା ଉପରେ ନିରୀକ୍ଷଣ କରିଥିଲେ । ବିଦ୍ୟାଳୟରେ ଥିବା ବିପଦପୂର୍ଣ୍ଣ ଅଞ୍ଚଳକୁ ଚି଼ହ୍ନଟ କରି ଛାତ୍ରଛାତ୍ରୀ ମାନଙ୍କୁ ସେ ଅଂଚଳକୁ ନିଷିର୍ଦ୍ଧ କରିବା ପାଇଁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ଷ ମୂଳରୁ ପିଲାମାନେ କିଭଳି ପ୍ରତି ଦିନ ପଢି ଆସିବେ ତାର ଏକ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବା ପାଇଁ କହିଥିଲେ । ମଧ୍ୟାହ୍ନ ଭୋଜନର ମାନ ଠିକ୍‌ ରଖିବା ପାଇଁ ଉପଦେଶ ଦେଇଥିଲେ ।

Leave A Reply

Your email address will not be published.