jayashree

ଭୁବନେଶ୍ୱରର ଆଇଟି ଟାୱାର ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ୫ଟି ସଚିବ ଭି.କେ ପାଣ୍ଡିଆନ ସତ୍ୟନଗର ସ୍ଥିତ ବିଏମସି ବିଲ୍ଡି ପରିଦର୍ଶନ କରିଛନ୍ତି ଏବଂ ଏହାର ଅଗ୍ରଗତି ନେଇ ସମୀକ୍ଷା କରିବା ସହିତ ଏହି କାର୍ଯ୍ୟ ସଠିକ୍‌ ସମୟରେ ସମାପ୍ତ କରିବାକୁ ଆଲୋଚନା କରିଛନ୍ତି । ଅକ୍ଟୋବର ୨୦୨୨ ସୁଦ୍ଧା ଏହାର କାର୍ଯ୍ୟ ଶେଷ କରାଯାଇ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱରରେ ଏମ୍‌ଏନ୍‌ସି ଦ୍ୱାରା ଏହା ହେଉଥିବା ବେଳେ, ଯୁବପିଢ଼ିମାନଙ୍କ ପାଇଁ ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଜାରି ରହିଥିବା ଏହି କାର୍ଯ୍ୟକୁ ନେଇ ଭୁବନେଶ୍ୱରର କିଛି ବିଶିଷ୍ଟ ଅଧିକାରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିରେ ମିଟିଂ ହଲ୍, କ୍ୟାଣ୍ଟିନ, ପାର୍କିଂ ଏବଂ ସାମଗ୍ରିକ ଇକୋ ସିଷ୍ଟମରେ ଉଭୟ ନୂତନ ବିଲ୍ଡିଂରେ ବହୁତ ଭଲ ସାଧାରଣ ବ୍ୟବହାର ସୁବିଧା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଛି । ଏଥି ସହିତ ଓ-ହବ୍ କାର୍ଯ୍ୟର ଦ୍ୱିତୀୟ ଟାୱାରକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି । ଇନଫୋସିଟି ଅଞ୍ଚଳରେ ଯାଞ୍ଚ କରିବା ବେଳେ ସେ ଆଇଟି କମ୍ପାନୀଗୁଡିକର ବଢ଼ୁଥିବା ପାର୍କିଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଇନଫୋସିଟି ଭିତରେ ମଲ୍ଟିଭେଲ ପାର୍କିଂ ପାଇଁ ଯୋଜନା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହି ଗସ୍ତ ସମୟରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ଇଣ୍ଡଷ୍ଟ୍ରି ସେକ୍ରେଟାରୀ ହେମନ୍ତ ଶର୍ମା, ଇ ଆଣ୍ଡ ଆଇଟି ସେକ୍ରେଟାରୀ ମନୋଜ ମିଶ୍ର, ଚେୟାରମ୍ୟାନ୍ ବିଏସସିଏଲ ସଞ୍ଜୟ ସିଂ, ବିଏମସି କମିଶନର ବିଜୟ କୁଲାଙ୍ଗେ ଏବଂ ଆଇଡିକୋ ଏମଡି ଭୂପିନ୍ଦର ସିଂ ପୁନିଆଙ୍କ ସମେତ ସମ୍ପୃକ୍ତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.