oom

ଗଞ୍ଜାମ ଏସ୍‌ପିଙ୍କ ଛତ୍ରପୁର ଆଦର୍ଶ ଥାନା ପରିଦର୍ଶନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମାସ୍ଥ ଛତ୍ରପୁର ଆଦର୍ଶ ଥାନାକୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ପରିଦର୍ଶନ କରି ବିଭିନ୍ନ ଆନୁସଙ୍ଗିକ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ଥାନା ପରିଦର୍ଶନ କରିବା ସାଂଗକୁ ଥାନାର ଅଭାବ ଅସୁବିଧା ଓ ମୌଳିକ ସମସ୍ୟା ସମ୍ପର୍କରେ ଗଞ୍ଜାମ ଏସ୍‌ପି ଥାନା କର୍ତ୍ତୃପକ୍ଷ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଛତ୍ରପୁର ଥାନାର ଏହି ପରିଦର୍ଶନ ବେଳେ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ସେକେଣ୍ଡ ଅଫିସର ସୁନୀଲ କୁମାର ପ୍ରଧାନ, ସୀଲୁ ଧଳ, ବିନୟ କୁମାର ଦାଶ, ବିଚିତ୍ର ପ୍ରସାଦ ଜେନା, ସୁରଞ୍ଜନ ରାଉତ, ସବିତା ଖୁଣ୍ଟିଆଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.