କାଉନ୍‌ସିଲର ପ୍ରୀତିଚ୍ଛନ୍ଦା ସାମଲଙ୍କ ଅଙ୍ଗନାବାଡ଼ି କେନ୍ଦ୍ର ପରିଦର୍ଶନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୯ ନମ୍ବର ୱାର୍ଡ କଲେଜଛକ ନିକଟ ନୂଆସାହିରେ ଅବସ୍ଥିତ ଅଙ୍ଗନାବାଡ଼ି କେନ୍ଦ୍ରକୁ କାଉନ୍ସିଲର ପ୍ରୀତିଚ୍ଛନ୍ଦା ସାମଲ ପରିଦର୍ଶନ କରିଛନ୍ତି । ଉକ୍ତ ଅଙ୍ଗନାବାଡ଼ି କେନ୍ଦ୍ରର ସ୍ଥିତି ଓ ଅବସ୍ଥିତି ଏବଂ ସମସ୍ୟା ଉପରେ କାଉନ୍ସିଲର ମ୍ୟାଡ଼ମ ଅବଗତ ହୋଇଥିଲେ । ଏହି ଅଙ୍ଗନାବାଡ଼ିକେନ୍ଦ୍ର ଅଧୀନରେ ଜନ୍ମରୁ ୩ବର୍ଷ ମଧ୍ୟରେ ୨୧ ଜଣ ଶିଶୁ, ତିନିବର୍ଷରୁ ଛଅ ବର୍ଷ ମଧ୍ୟରେ ୧୭ଜଣ ଶିଶୁ ଅବସ୍ଥାପିତ ଅଛନ୍ତି ଏବଂ ଗର୍ଭବତୀ ମହିଳା-୧୧ଜଣ, ପ୍ରସୂତୀ ମହିଳା ୮ଜଣଙ୍କ ରେକର୍ଡ ଅଦ୍ୟାବଧି ସୁଦ୍ଧା ଆକଳନ କରାଯାଇଛି ବୋଲି ଅଙ୍ଗନାବାଡ଼ି ଦିଦି ଦୀପ୍ତିମୟୀ ପଟ୍ଟନାୟକ ମତପ୍ରକାଶ କରିଛନ୍ତି । ନିର୍ଦ୍ଧାରୀତ ସମୟରେ ଯଥା ସମୟରେ ଅଣ୍ଡା, ଛତୁଆ ଆଦି ପିଲାମାନଙ୍କ ଉଦ୍ଦେଶ୍ୟରେ ସରକାର ଯୋଗାଇ ଦେଉଥିବା ପୃଷ୍ଟିକର ଖାଦ୍ୟ ଆଦି ଶିଶୁମାନଙ୍କୁ ଓ ଗର୍ଭବତୀ ମହିଳା, ପ୍ରସୂତୀ ମହିଳାଙ୍କୁ ପ୍ରଦାନ କରାଯାଉଛି ବୋଲି ଅଙ୍ଗନାବାଡ଼ି ଦିଦି ସୂଚାଇଛନ୍ତି । ୯ ନମ୍ବର ୱାର୍ଡରେ ଅଦ୍ୟାବଧି ଆଙ୍ଗନାବାଡ଼ି କେନ୍ଦ୍ରର ସ୍ଥାୟୀ ଗୃହନାହିଁ । ରାଜ୍ୟ ସରକାରଙ୍କ ଯୋଜନାରେ ବିଭିନ୍ନ ସ୍ଥାନରେ ଆଦର୍ଶ ଅଙ୍ଗନାବାଡ଼ିକେନ୍ଦ୍ର ଚଳିତ ବର୍ଷ ଯୋଜନାରେ ସ୍ଥାପିତ ହୋଇଥିବା ବେଳେ ଏହି ୱାର୍ଡରେ ଅସ୍ଥାୟୀ ଭାବେ ଏନ୍.ଏ.ସିର ଏକ କୋଠ ଘରେ ପରିଚାଳିତ ହେଉଥିବା ଜଣାଯାଇଛି । ଏହାକୁ ହୃଦୟଙ୍ଗମ କରି କାଉନ୍ସିଲର ଶ୍ରୀମତୀ ସାମଲ ଏହାର ପ୍ରତିକାର ଓ ବିହିତ ବନ୍ଦୋବସ୍ତ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବା ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଉପସ୍ଥିତ ସାହି ବାସିନ୍ଦା ଏବଂ ଅଙ୍ଗନାବାଡ଼ି କର୍ମୀ ଓ ଅଙ୍ଗନାବାଡ଼ି ସହାୟିକାଙ୍କ ଆଗରେ ପ୍ରକାଶ କରିଥିଲେ । ପ୍ରସ୍ତାବିତ ଆଦର୍ଶ ଅଙ୍ଗନାବାଡ଼ି କେନ୍ଦ୍ର ଗୃହ ନିମନ୍ତେ ନିରୂପଣ ସ୍ଥିର ହୋଇଥିବା ଜାଗା ଓ ଅଟକଳ ସମ୍ପର୍କରେ ବୁଝି ଶ୍ରୀମତୀ ସାମଲ ଅବଗତ ହୋଇଛନ୍ତି । ଛତ୍ରପୁର ବିଡ଼ିଓ, ସିଡିପିଓ, ଏନ୍.ଏ.ସି.ନିର୍ବାହୀ ଅଧିକାରୀ ଜ୍ଞାତସାରରେ ଅଛନ୍ତି ତଥାପି କାହିଁକି ଗୃହ ନିର୍ମାଣରେ ବିଳମ୍ବ ହୋଇଛି ବୋଲି କାଉନ୍ସିଲର ଶ୍ରୀମତୀ ସାମଲ ଚିନ୍ତାପ୍ରକଟ କରି ଏହାକୁ ଗୁରୁତ୍ୱର ସହ ଧ୍ୟାନ ଦେବେ ବୋଲି କହିଥିବା ବେଳେ କାଉନ୍ସିଲର ମ୍ୟାଡମଙ୍କ ଏତାଦୃଶ ପରିଦର୍ଶନ ଓ ସର୍ଭେକ୍ଷଣ ନେଇ ଏହି ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.