ବର୍ଣ୍ଣାଳୀ ଜୋନାଲ ସଂଯୋଜିକା ସ୍ୱାହା ଦାଶଙ୍କ ପରିଦର୍ଶନ ଓ ସମୀକ୍ଷା

ଡୁଙ୍ଗୁରିପାଲ, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବଲାଙ୍ଗିର ଜୋନର ବର୍ଣ୍ଣାଳୀ ପାଠ୍ୟକ୍ରମ ମୁଖ୍ୟ ସ୍ୱାହା ଦାଶ । କିଶୋରୀ ବାଳକ ବାଳିକାମାନଙ୍କ ମନୋଭାବର ବିକାଶ, ଶାରୀରିକ ଓ ମାନସିକ ପରିବର୍ତ୍ତନ, ଶିଶୁ ଅଧିକାର ଓ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ସମାଜ ପ୍ରତି ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନତା ପରି ବିଭିନ୍ନ ବିଷୟକୁ ନେଇ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ ହୋଇଛି । ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବର୍ଣ୍ଣାଳୀ ପୁସ୍ତକ ପ୍ରସ୍ତୁତ କରାଯାଇ ସାମାଜିକ ପାଠ ସହିତ ଯୋଡି ଶିକ୍ଷାଦାନ କରାଯାଉଛି । ସ୍ୱାହା ଦାଶଙ୍କ ପରିଦର୍ଶନ ଏହି ପାଠ୍ୟକ୍ରମକୁ ଆଗକୁ ନେବାରେ ସହଯୋଗ କରିବ ବୋଲି ପ୍ରକାଶ କରିଛନ୍ତି ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରମେଶ ଭୋଇ । ବିଦ୍ୟାଳୟର ବର୍ଣ୍ଣାଳୀ ତାଲିମ ପ୍ରାପ୍ତ ଶିକ୍ଷୟିତ୍ରୀ କମଳା ପଧାନ ଶିକ୍ଷାଦାନ କରିଥିଲେ । ପ୍ରଧାନ ଶିକ୍ଷକ ଚକ୍ରପାଣି ସାହୁ, ସୁନୀଲ ଚିନ୍ଦ୍ରା, ସସ୍ମିତା କୁମ୍ଭାର, ସୁସ୍ମିତା ସାହୁ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.