ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ତରଫରୁ ଐତାହାହିକ ପୂଜାଦୁଙ୍ଗୁରି ପୀଠରେ ଆର୍ଦ୍ରଭୂମି ସମ୍ପର୍କିତ କ୍ଷେତ୍ରଭୂମି ପରିଦର୍ଶନ କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ନେତୃତ୍ୱରେ ବିଦ୍ୟାଳୟର ୫୦ଜଣ ଛାତ୍ରଛାତ୍ରୀ ପୂଜାଦୁଙ୍ଗୁରି ପୀଠକୁ ଯାଇ, ପୂଜାଦୁଙ୍ଗୁରୀ, ଉଷା କୋଠୀ, ଫୁଲ ଚାଙ୍ଘୁରି ,ବାଘ୍ ଖୋଲକୁ ବୁଲି ପ୍ରାକୃତିକ ଶୋଭା ଉପଭୋଗ କରିବା ସହ ଅଞ୍ଚଳର ଇତିହାସ ବିଷୟରେ ଅବଗତ ହୋଇଥିଲେ । ଏହି ଅବସରରେ ଇକୋ କ୍ଲବ ଆନୁକୁଲ୍ୟରେ ସମସ୍ତ ଛାତ୍ରଛାତ୍ରୀ ନିକଟରେ ଥିବା ଆଦ୍ରଭୂମି ପରିଦର୍ଶନରେ ଯାଇ ଆଦ୍ରଭୂମିର ଆବଶ୍ୟକତା, ତାହାର ସଂରକ୍ଷଣ ବିଷୟରେ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଅବଗତ କରାଇଥିଲେ । ସମ୍ବଲପୁର ସ୍ଥିତ ଗାୟତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜୀବ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ମାମିନା ଭୋଇ ଆଦ୍ରଭୂମିର ବ୍ୟବହାର, ଉପଯୋଗୀତା, ଅବକ୍ଷୟ ତଥା ସଂରକ୍ଷଣ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଭକ୍ତ ଭୋଇ, କନ୍ଦାଗାଡ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଭୂଗୋଳ ଶିକ୍ଷକ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଞ୍ଜୀବ, କିରଣ, ଲିପି, କିଶୋର, ମୀନକେତନ, ବିଭୀଷଣ, ସୁରଜ୍, ସମୀର, ରାକେଶ ପ୍ରମୁଖ ସହଯୋଗ କରିଥିଲେ ।