ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମରେ ନୂତନ ଭାବେ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନିତ କରି ଉନ୍ନିତ ଉଚ୍ଚ ବିଦ୍ୟାଳୟକୁୁ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ପରିଦର୍ଶନ କରି ବିଦ୍ୟାଳୟର ସୁବିଧା, ଅସୁବିଧା ବିଷୟ ଉପରେ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ଶିକ୍ଷା ଉପକରଣର ଉପଯୋଗ ଏବଂ ଲାଇବ୍ରେରୀ ଓ ଖେଳକୁଦ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଗ୍ରାମବାସୀ ପ୍ରଥମ କରି ଉଚ୍ଚ ବିଦ୍ୟାଳୟକୁ ଜିଲ୍ଲାପାଳଙ୍କ ଗସ୍ତକୁ ସ୍ୱାଗତ ଜଣାଇ ଥିଲେ ଏବଂ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଦ୍ୟାଳୟର ଶୈାଚାଳୟ, ଖେଳପଡିଆ, ଲାଇବ୍ରେରୀ ହଲ, କମ୍ପ୍ୟୁଟର ବିଭାଗ ଓ ସ୍କୁଲରେ ୧୬୫ ଛାତ୍ରଛାତ୍ରୀଙ୍କୁ ୪ଜଣ ଶିକ୍ଷକ ଥିବା ହେତୁ ଅଧିକ ଶିକ୍ଷକ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରା, ଅଧ୍ୟାପକ ସୁରେଶ ଚନ୍ଦ୍ର ଷଡଙ୍ଗୀ, ସି.ଆର୍.ସି.ସି ବିନାୟକ ପଟେଲ, ସର୍ବ ଶିକ୍ଷା ଅଭିଯାନ ଯନ୍ତ୍ରୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ଧରୁଆ, ସହ – ଶିକ୍ଷୟତ୍ରୀ ନିର୍ଝରିକା ନାଏକ, ଲିଲି କୁମାରୀ ପଣ୍ଡା, ଅମୃତା କର ଓ ବୁଦ୍ଧିଜୀବୀ ନିମାଇଁ ଚରଣ ପାଣିଗ୍ରାହୀ, ଲାଲ ନାଏକ, ଜୟକୃଷ୍ଣ ମିଶ୍ର, ସଦାନନ୍ଦ ମହଲା, କୈଳାସ ନାଏକ, ପ୍ରମୋଦ କର୍ମୀ, ଦିନେଶ ମହଲା, ମଦନ ସାହୁ, ରମେଶ ମହଲା ପ୍ରମୁଖ ଉପସ୍ଥିତ ଥିଲେ । ସଂଗଠକ ଜୟକୃଷ୍ଣ ମିଶ୍ର କାର୍ଯ୍ୟ ସଂଯୋଜନା କରିଥିଲେ ।