oom

ହୋମିଓପାଥିିକ ଚିକିତ୍ସାଳୟକୁ ବଲାଙ୍ଗିର ନାଗରିକ କମିଟିର ପରିଦର୍ଶନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଲେଜ ଛକ ନିକଟରେ ଥିବା ସରକାରୀ ହୋମିଓପାଥିକ ଚିକିତ୍ସାଳୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବଲାଙ୍ଗିର ନାଗରିକ କମିଟି ବହୁ ପ୍ରଚେଷ୍ଠା ଫଳରେ ସରକାର ଓ ପ୍ରଶାସନଠାରେ ଦାବୀ କରି ଆସିଥିଲା । ଫଳରେ ନୂତନ କୋଠାଘର ନିର୍ମାଣ ପାଇଁ ସରକାରଙ୍କଠାରୁ ପ୍ରାୟ ୨୮ଲକ୍ଷ ଟଙ୍କାର ଅନୁାଦନ ଆସି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୁଣି ବଲାଙ୍ଗିର ଓ ସୋନପୁର ମଧ୍ୟରେ ଥିବା ୨୩ଟି ଚିକିତ୍ସାଳୟର ମୁଖ୍ୟ କାର୍ଯ୍ୟାଳୟ ବଲାଙ୍ଗିରଠାରେ ୩ ହଜାର ବର୍ଗଫୁଟ୍‌ ପରିମିତ ଜମିରେ ନିର୍ମାଣ ପାଇଁ ପ୍ରାୟ ଦେଢ଼ କୋଟି ଟଙ୍କା ମଂଜୁର ହୋଇଥିବା ଜଣାପଡିଛି । ଏହି ଡାକ୍ତରଖାନା ଉପରେ ପ୍ରତିଦିନ ୨ଠରୁ ୨୫ ରୋଗୀ ନିର୍ଭରଶୀଳ ଅଟନ୍ତି । ଆଜି ନାଗରିକ କମିଟିର ସଭାପତି ଇଂ. ବେଲାରସିଂ ଭୋଇ, ସାଧାରଣ ସଂପାଦକ ମନୋରଂଜନ ସାହୁ, ସହସଂପାଦକ ଚକ୍ରପାଣି ଦାଶ, ଗଜେନ୍ଦ୍ର ଭ୍ରମର, ଗୋପଭୂଷଣ ନାଥ, ଜୟରାମ ମିଶ୍ର, ପଙ୍କଜିନୀ ପଣ୍ଡା, ମନୋରଂଜନ ପୁରୋହିତ, ଗୋପବନ୍ଧୁ ପୁରୋହିତ, ପର୍ଶୁରାମ ନାୟକ, ବିମଳ କୁମାର ଚୋପଦାର, ସଲିମ୍‌ ଖାନ୍‌ ପ୍ରମୁଖ ଚିକିତ୍ସାଳୟକୁ ପରିଦର୍ଶନ କରି ଡାକ୍ତର ଅଶୋକ ସେଠୀଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଶେଷ କରି ଚିକିତ୍ସାଳୟର ପାରିପାଶ୍ୱିର୍କ ସ୍ଥିତିକୁ ସବୁଜ ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ପାଇଁ ମତପ୍ରକାଶ ପାଇଥିଲା । ଏଥିପାଇଁ ନାଗରିକ କମିଟି ତରଫରୁ ଜିଲ୍ଲାପାଳ ଓ ପ୍ରଶାସନକୁ ଲିଖତ ଦାବୀ ଜଣାଇବେ ବୋଲି ସଂପାଦକ ଶ୍ରୀ ସାହୁ ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.