jayashree

ପ୍ରାଣୀ ଚିକିତ୍ସାଳୟ ପରିଦର୍ଶନରେ ଛତ୍ରପୁର ୟୁରୋକିଡ୍ସ ସ୍କୁଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସବିଶେଷ ଜ୍ଞାନ ଆହରଣ କରିବା ନିମିତ୍ତ ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ନେଇ ପିଲାମାନଙ୍କୁ ବୌଦ୍ଧିକ ଶିକ୍ଷା ପ୍ରଦାନ କରାଇବା ଅନ୍ୟ ଏକ ପନ୍ଥା ଭାବେ ବାଛି ନେଇଛି ଛତ୍ରପୁରର ଅଗ୍ରଣୀ ୟୁରୋ-ସ୍କୁଲ ଇଣ୍ଟେରନେସନାଲ ଶିକ୍ଷାନୁଷ୍ଠାନ । ବାସ୍ତବିକ ଜ୍ଞାନ-କୌଶଳ ଭିତ୍ତିରେ ପିଲାମାନଙ୍କୁ ଶିକ୍ଷା ଦିଆଯାଇ ଶିଶୁମାନଙ୍କୁ ସୃଜନଶୀଳ କରାଇବାରେ ଏହି ଶିକ୍ଷାନୁଷ୍ଠାନ ଏକ ବଳିଷ୍ଠ ପଦକ୍ଷେପ ନେଇଛି । ତେଣୁ ଏହି ୟୁରୋସ୍କୁଲର କୁନି କୁନି ପିଲାମାନଙ୍କୁ ଛତ୍ରପୁରର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟକୁ ପରିଦର୍ଶନରେ ନିଆଯାଇଥିଲା । ବାସ୍ତବତାକୁ ଦେଖାଇ ପ୍ରାଣୀରୋଗ, ପ୍ରାଣୀଙ୍କ ଆହତ ଓ ପ୍ରାଣୀଙ୍କ ଚିକିତ୍ସା ସମ୍ପର୍କରେ ପ୍ରାକ୍ଟିକାଲ ଶିକ୍ଷାଦାନ ସ୍ୱରୂପ ପିଲାମାନଙ୍କୁ ଅଧିକ ଜ୍ଞାନ ଦିଆଯାଇଥିଲା । ଗୃହପାଳିତ ପଶୁପକ୍ଷୀମାନଙ୍କୁ କିପରି ଚିକିତ୍ସା ସେବା ଏବଂ ସେମାନଙ୍କର ସୁରକ୍ଷା ଓ ଯତ୍ନ ନିଆଯାଉଛି ତାହା ଉପରେ ବିସ୍ତୃତ ଭାବେ ପ୍ରାଣୀ ଚିକିତ୍ସା ବିଶେଷଜ୍ଞମାନେ ସ୍କୁଲ ପିଲାମାନଙ୍କୁ ବୁଝାଇଥିଲେ । ଚିକିତ୍ସାଳୟ ପରିସରରେ ଆହାତ ଥିବା ପୋଷା କୁକୁର ଓ ଗାଈଗୋରୁ ମାନଙ୍କର କିପରି ଚିକିତ୍ସା କରାଯାଉଛି, ତାହାର ବାସ୍ତବ ଶିକ୍ଷା ଦିଆଯାଇଥିଲା । ଏନେଇ ପିଲାମାନେ ଅଧିକା ଖୁସିବ୍ୟକ୍ତ କରିଥିଲେ । ଛତ୍ରପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡାକ୍ତର ପତିତପାବନ ରଥ, ପ୍ରାଣୀଚିକିତ୍ସକ ଛତ୍ରପୁର ଡାକ୍ତର ମଧୁମିତା ସାହୁ ଓ ମ୍ୟୁନିସିପେଣ୍ଠ ପ୍ରାଣୀ ଚିକିତ୍ସକ ଡାକ୍ତର ଆଶୁତୋଷ ମିଶ୍ର ପ୍ରମୁଖ ୟୁରୋ-ସ୍କୁଲର କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଗବେଷଣାତ୍ମକ ଶିକ୍ଷାଦାନ ଦେଇଥିଲେ । ଏ କ୍ଷେତ୍ରରେ ଶିଶୁ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ଅନେକ ଜ୍ଞାତବ୍ୟ ବିଷୟରେ ଅବଗତ ହୋଇଥିଲେ ।

Leave A Reply

Your email address will not be published.