ଜାତୀୟ ବ୍ୟାଡମିଣ୍ଟନ ଶିବିର ପରିଦର୍ଶନ କଲେ ବିଧାୟକ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପିଆର ହାଇସ୍କୁଲ ଇନଡୋର ଷ୍ଟାଡିଅମରେ ଆଗାମୀ ଜାତୀୟ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ ପାଇଁ ରାଜ୍ୟ ଚୟନ ତଥା ପ୍ରଶିକ୍ଷଣ ଶିବିରକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପରିଦର୍ଶନ କରିଛନ୍ତି । ସପ୍ତାହ ବ୍ୟାପି ହେବାକୁ ଥିବା ଏହି ଶିବିରର ଆଜି ଦ୍ୱିତୀୟ ଦିବସରେ ଶିବିର ପରିଦର୍ଶନ ସମୟରେ ଶ୍ରୀ ମିଶ୍ର ଜାତୀୟ ସ୍ତର କୋଚ୍‌ ମୂରଲୀ କ୍ରୀଷ୍ଣା, ଗୋବର୍ଦ୍ଧନ ରେଡ୍ଡି ଏବଂ ସଚିନ ରାଣାଙ୍କ ସହ ଖେଳ, ଖେଳାଳି ଓ ଭିତ୍ତିଭୂମିକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା କରିଥିଲେ । ଉପସ୍ଥିତ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ତରଫରୁ ଖେଳାଳିମାନଙ୍କ ପାଇଁ ଉପଲବ୍‌ଧ କରାଯାଇଥିବା ସୁବିଧା ସୁଯୋଗ ଉପରେ ଖେଳାଳିମାନେ କେତେ ଦୂର ଖୁସି ଅଛନ୍ତି ପଚାରି ବୁଝିଥିଲେ । ତା’ ସହ ଯଦି କିଛି ଅସୁବିଧା ଥାଏ, ତେବେ ସେଗୁଡିକୁ ତୁରନ୍ତ ପୂରଣ କରାଯିବା ନେଇ ପ୍ରତିଶୃତି ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଜାନୁଆରୀ ମାସରେ ହୋଇଥିବା ରାଜ୍ୟ ସିନିଅର ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ରୁ ଉଭୟ ମହିଳା ଓ ପୁରୁଷ ବର୍ଗରୁ ବଛା ବଛା ୧୯ ଜଣ ଖେଳାଳିମାନେ ଏହି ଶିବିର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଶିବିରରେ ସେମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ କରାଯିବ । ଆଜିର ଏହି କାର୍ଯ୍ୟକ୍ରମରେ ଖେଳାଳି କୋଚ୍‌ ବ୍ୟତିତ ଜାତୀୟ ଶିବିରର ସାଂଗଠନିକ ସଂପାଦକ ସୁରୁଲାଲ ମଟାରୀ, ଜିଲ୍ଲା ସଭାପତି ଗୋପାଳ ପଣ୍ଡା, ଅନନ୍ତ ବେହେରା, ସୁଧିର ପଣ୍ଡା, ଶୁଶାନ୍ତ ଚୋପଦାର, ବାସୁଦେବ ବେହେରା, ମାନସ ମହାନ୍ତି, ସିଦ୍ଧାର୍ଥ ମିଶ୍ର ଓ ଶୃଭାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.