ls

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲୋକାଲ୍‌ ଇନ୍‌କୁଆରୀ କମିଟିର ସରକାରୀ ମହିଳା ମହାବିଦ୍ୟାଳୟ ପରିଦର୍ଶନ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟକୁ ପୂର୍ବରୁ ସହବନ୍ଧିତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲୋକାଲ୍‌ ଇନ୍‌କୁଆରୀ କମିଟି ଏକ ପରିଦର୍ଶନରେ ଆସି ବିଭିନ୍ନ ବିଷୟରେ ଆଲୋଚନା କରି ଫେରିଯାଇଛନ୍ତି । ୧୯୬୨ ମସିହାରେ ଉକ୍ତ ମହାବିଦ୍ୟାଳୟ ପ୍ରତିଷ୍ଠା ହେଲାପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ଥିଲା । ସେବେଠାରୁ ମହାବିଦ୍ୟାଳୟର ସମସ୍ତ ପରୀକ୍ଷା ପରିଚାଳନା ତଥା ଅନ୍ୟାନ୍ୟ ସହଯୋଗ ବିଶ୍ୱବିଦ୍ୟାଳୟ ତରଫରୁ ଯୋଗାଇ ଦିଆଯାଉଥିଲା । ନିକଟ ଅତୀତରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହ ମଧ୍ୟ ମହାବିଦ୍ୟାଳୟର ନୂତନ ସହବନ୍ଧନର କାର୍ଯ୍ୟ ଆଗକୁ ବଢିଛି । ମହାବିଦ୍ୟାଳୟସ୍ତରୀୟ ସମସ୍ତ ପରୀକ୍ଷା ଏବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ହିଁ ନିୟନ୍ତ୍ରିତ ହୋଇଆସୁଛି । ପରିଦର୍ଶନ କମିଟି ଉକ୍ତ ସମସ୍ତ ବିଷୟରେ ଅଧ୍ୟକ୍ଷ ପ୍ରଫେସର ମନୋରଞ୍ଜନ ମିଶ୍ର ତଥା କାର୍ଯ୍ୟାଳୟ ସୁପରିଟେଣ୍ଡେଣ୍ଟ ନକୁଳ ମାଝିଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଛାତ୍ରୀମାନଙ୍କ ସହ ମଧ୍ୟ ଭାବ ବିନିମୟ କରିଥିଲେ ।

ଉକ୍ତ ପରିଦର୍ଶନ କମିଟିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ.ସତ୍ୟପ୍ରକାଶ ଦାଶ, ଡ. ଗୋପିନାଥ ବାଗ୍‌, ଅଶୋକ କୁମାର ବେହେରା ଏବଂ ସୁନୀଲ ଭୋଇ ପ୍ରମୁଖ ପରିଦର୍ଶନରେ ଆସିଥିଲେ । ଏଥିରେ ମହାବିଦ୍ୟାଳୟ ତରଫରୁ ପୂର୍ଣ୍ଣ ସହଯୋଗ ପ୍ରଦାନ କରାଯାଇଥିଲା ।

pc pk
Leave A Reply

Your email address will not be published.