ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ମୁରସିଂ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଗୁର୍ଜିମୁଣ୍ଡାକୁ ଦେଓଗାଁ ବ୍ଲକ ପୂର୍ବ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ପରିଦର୍ଶନରେ ଯାଇ ସେଠାରେ ଜଳ ଅମଳ ସେଚନ ସୀମା ନିରୀକ୍ଷଣ କରିଥିଲେ । ହେଲେ ଆଡି ମଜବୁତ୍ ନଥିବା ଏବଂ ଜଳ ନିୟନ୍ତ୍ରଣ ନ ଥିବାରୁ ଚାଷୀ ଉପକୃତ ହୋଇ ପାରୁନଥିବା ନେଇ ମତବ୍ୟକ୍ତ କରିଥିଲେ । ଏହାର ଉନ୍ନତିକରଣ କରାଗଲେ ଏହି ପଞ୍ଚାୟତର ଚାଷୀମାନେ ଉପକୃତ ହେବା ସହ ମତ୍ସ୍ୟ ଚାଷ ଏବଂ ନୌକା ବିହାର, ପର୍ଯ୍ୟଟନସ୍ଥଳୀ ବହୁମୁଖି ଯୋଜନାର ରୂପାୟନ ହୋଇପାରିବ ବୋଲି ଆଶା କରିଥିଲେ । ମୁରସିଂ ଗାଁର ଜଳ ଉନ୍ନୟନ କମିଟି ସହ ଆଲୋଚନା କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ଉନ୍ନତି କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଶ୍ରୀ ମେହେର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।