ମାଲ୍ୟବନ୍ତ ମହୋତ୍ସବ ପଡ଼ିଆ ପରିଦର୍ଶନ କଲେ ଏସପି ଓ ପ୍ରଶାସନିକ ଅଧିକାରୀ

ମାଲକାନଗିରି : ଆସନ୍ତା ୧୫ ତାରିଖରୁ୧୯ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ମାଲ୍ୟବନ୍ତ ମହୋତ୍ସବ ହେବାକୁ ଯାଉଛି । ସେଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ୟ୍ୟ ଶେଷ ହୋଇଛି । ଗୁରୁବାର ଅପରାହ୍ନରେ ମାଲକାନଗିରି ଏସପି ନିତେଶ ୱାଧନୀ, ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଓ ଅନ୍ୟାନ ପ୍ରଶାସନିକ ଅଧିକାରୀ ମାଲ୍ୟବନ୍ତ ମହୋତ୍ସବ ପଡ଼ିଆ ଓ ମଣ୍ଡପ, ଷ୍ଟଲ ଗୁଡିକ ପରିଦର୍ଶନ କରିଛନ୍ତି । ପ୍ରତିଦିନ ଲକ୍ଷାଧିକ ଦର୍ଶକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହିତ ଉତ୍ସବଟି ଯେପରି ସୁଚାରୁ ଭାବେ ପରିଚାଳନା ହେବ ସେ ନେଇ ମାଲ୍ୟବନ୍ତ ମହୋତ୍ସବ କମିଟି ସହିତ ଆଲୋଚନା କରିଥିଲେ ।

Leave A Reply

Your email address will not be published.