ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର

କୋଣାର୍କ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଗତକାଲି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ସେଠାରେ ପହଞ୍ଚିବା ପରେ ପ୍ରଥମେ ସୂର୍ଯ୍ୟ ମନ୍ଦିର ଭିତରକୁ ଯାଇ ସୂର୍ଯ୍ୟ ମନ୍ଦିରର ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ ଗୁଡିକ ଦେଖି ବିମୋହିତ ହୋଇଥିଲେ । କୋଣାର୍କ ମ୍ୟୁଜିୟମ ଅଧିକାରୀ ପ୍ରତାପ ନାୟକ ସୂର୍ଯ୍ୟ ମନ୍ଦିରର ଐତିହାସିକ ତଥ୍ୟ ବୁଝାଇ ଦେଖାଇଥିଲେ । ମନ୍ଦିର ବୁଲି ସାରିବା ପରେ ଆଓଏଫ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଥିଲେ । ଏହି ଗସ୍ତ ସମୟରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.