ଜିଲ୍ଳପାଳଙ୍କ ଗୁଦେରପାଲି ହାଇସ୍କୁଲ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚବିଦ୍ୟାଳୟକୁ ମଙ୍ଗଳବାର ଅଚାନକ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆଁ, ସମାଜସେବୀ କିଶୋର ଚନ୍ଦ୍ର ଦେବତା, ପରିଦର୍ଶନ କରିଥିଲେ । ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ଅର୍ଥ ରାଶି ଯାହାକି ସ୍କୁଲ ଭିତ୍ତଭୂମି ବିକାଶ ନିମନ୍ତେ ବ୍ୟବହାର ହେବା ଉଚିତ୍, ତାହାର ତଦାରଖ କଲେ । ଏହି ଯୋଜନାରେ ବିଦ୍ୟାଳୟର ଦୁଇଟି ସ୍ମାର୍ଟ କ୍ଲାସ୍, ଗୋଟିଏ ବିଜ୍ଞାନ ପରୀକ୍ଷାଗାର ଏବଂ ଗୋଟିଏ ଇ- ଲାବ୍ରୋଟାରୀ ଗୃହ ପରିଦର୍ଶନ କଲେ । ନିର୍ମାଣ କାର୍ଯ୍ୟଟି ମନ୍ଥର ଗତିରେ ଚାଲିଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଏବଂ ନିର୍ମାଣ କାର୍ଯ୍ୟଟି ଯୁଦ୍ଧ କାଳୀନ ଭିତ୍ତିରେ ସଂପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳାକାନ୍ତ ପାଣିଗ୍ରାହୀ, ପରିଚାଳନା କମିଟିର ସଭାପତି ଶୈଲବାଲା ଦେବତା, ମୁକେଶ ମୁରାରି କେଡିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.