om academy

ପଞ୍ଚାୟତିରାଜ ଅତିରିକ୍ତ ସଚିବଙ୍କ କାମାକ୍ଷାନଗର ବ୍ଲକ ପରିଦର୍ଶନ

jsm

କାମାକ୍ଷାନଗର : ଓଡିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ତଥା ଢେଙ୍କାନାଳ ଜିଲ୍ଲା ନୋଡାଲ ଅଫିସର ନରୋତ୍ତମ ବେହେରା ମଙ୍ଗଳବାର କାମାକ୍ଷାନଗର ବ୍ଲକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ । ପ୍ରଥମେ ବ୍ଲକର ରାୟନୃସିଂହପୁର ପଂଚାୟତର ପାଠାଗାର, ମହୁଚାଷ ଦେଖିବାପରେ କୁସୁମଯୋଡି ପଂଚାୟତର ମହୁଲି ଗାଁରେ ମହିଳା ଗୋଷ୍ଠୀଙ୍କ ରଙ୍ଗୀନ ମାଛ ଚାଷ ଏବଂ ଅଁଳାବେରେଣୀ ଗାଁର ମହିଳା ଗୋଷ୍ଠୀଙ୍କ ସିଲେଇ କେନ୍ଦ୍ର ବୁଲି ଦେଖିଥିଲେ । ପରେ ପରେ ସୋଗରର ମହାତ୍ମାଗାନ୍ଧୀ ଔଷଧୀୟ ଅରଣ୍ୟ, ବୁଢ଼ୀବିଲି ପଂଚାୟତରେ ପଞ୍ଚାୟତ କାର୍ଯ୍ୟାଳୟ ଦେଖିବା ପରେ ବୁଢ଼ୀବିଲି ପାର୍କ ଦେଖିଥିଲେ । ଭଏରପୁରରେ ଗ୍ରାମୀଣ ପାର୍କ ଦେଖିବା ପରେ ବାଲିଗୋରଡ଼ ପଂଚାୟତର ନିର୍ମାଣାଧୀନ ପଂଚାୟତ କାର୍ଯ୍ୟାଳୟ ଦେଖିଥିଲେ । ଅପରାହ୍ନରେ ବ୍ଲକ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିବା ସହିତ ପୂର୍ବରୁ ଏଠାରେ ବିଡିଓ ଥିବା ସମୟର ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଗସ୍ତରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ତନ୍ମୟ ଦରୱାନ, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ସରୋଜ କୁମାର ଦତ୍ତ, କାମାକ୍ଷାନଗର ବିଡିଓ ବିକାଶ କୁମାର ମହାନ୍ତି ,ସହକାରୀ ଯନ୍ତ୍ରୀ ରଞ୍ଜିତ କୁମାର ବେହେରା, ଯନ୍ତ୍ରୀ ମନୋଜ ଦାସ, ପିଓ ଶତ୍ରୁଘ୍ନ ଦଣ୍ଡପାଟଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.