- ରାସ୍ତା ଓ ଝରଣା ମନ୍ଦିର ପାଇଁ ନୂତନ ରାସ୍ତା
- ରାଧାକୃଷ୍ଣ ମନ୍ଦିର, ପୁରୁଣା ଭୋଗ ମଣ୍ଡପ ଭଙ୍ଗାଯିବ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ପଦ୍ମପୁର ଉପ ଜିଲ୍ଲାପାଳ ସ୍ନେହା ଅର ଗୁଳା, ପାଇକମାଲ ତହସିଲଦାର ସିନ୍ଧୁସୁତା ପାତ୍ର ନୃସିଂହନାଥ ମନ୍ଦିର ପରିଦର୍ଶନ କରିଥିଲେ । ଭକ୍ତମାନଙ୍କ ସୁବିଧା ଦୃଷ୍ଟିରୁ ଝରଣା ଓ ବିଭିନ୍ନ ମନ୍ଦିର ଦର୍ଶନ ପାଇଁ ନୂତନ ରାସ୍ତା ନିର୍ମାଣ, ନୂତନ ଭୋଗ ମଣ୍ଡପ କାର୍ଯ୍ୟକ୍ଷମ ହେବା ପରେ ପୁରୁଣା ଭୋଗ ମଣ୍ଡପକୁ ଭଙ୍ଗା ଯାଇ ଭକ୍ତମାନଙ୍କ ପାଇଁ ବେଞ୍ଚ ନିର୍ମାଣ କରାଯିବ ବୋଲି କହିଥିଲେ । ସରକାରଙ୍କ ପକ୍ଷରୁ ନୃସିଂହନାଥ ମନ୍ଦିର ଓ ପାରିପାର୍ଶ୍ଵିକ ପରିବେଶ ଆକର୍ଷଣ କରିବାକୁ ପଦକ୍ଷେପ ନିଆଯାଉଛି । ଏହା ଦ୍ୱାରା ଛତିଶଗଡ ଓ ଅନ୍ୟ ରାଜ୍ୟ ପରିଦର୍ଶକମାନଙ୍କୁ ବେଶ ଆକୃଷ୍ଟ କରିବ । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ମନ୍ଦିର ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଉପସ୍ଥିତ ଥିଲେ ।