ପଥଭ୍ରଷ୍ଟ ମହିଳାଙ୍କ ପରିଚୟ ମିଳୁନି

  • ତାଙ୍କ ଘର ଲୋକ ଆସି ନେଇ ଯିବାକୁ ବ୍ରହ୍ମପୁର ମେଡିକାଲ କର୍ତ୍ତୃପକ୍ଷଙ୍କ ଅନୁରୋଧ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଣେ ବୟସ୍କ ମହିଳା ପଥଭ୍ରଷ୍ଟ ହୋଇ ଚାଲିଆସିଛନ୍ତି । ବର୍ତ୍ତମାନ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟରେ ଅଛନ୍ତି । ତାଙ୍କ ପରିବାର ଲୋକେ ଯଦି କେହି ଜାଣନ୍ତି ତୁରନ୍ତ ଏମ୍‌କେସିଜି ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟକୁ ଯିବାକୁ ଅନୁରୋଧ କରାଯାଇଛି । ସେ ସଠିକ୍‌ ଭାବେ ନିଜ ବିଷୟରେ କିଛି କହି ପାରୁନାହାନ୍ତି । କୌଣସି ସହୃଦୟ ବ୍ୟକ୍ତି ଯଦି ତାଙ୍କୁ ଜାଣିଛନ୍ତି, ତେବେ ଏ ଦିଗରେ ସାହାଯ୍ୟ ସହାନୁଭୂତି ଦେଖାଇ ତାଙ୍କୁ ଉପଯୁକ୍ତ ସ୍ଥାନରେ ପହଞ୍ଚାଇବା ଦିଗରେ ସହାୟକ ହୁଅନ୍ତୁ ବୋଲି ବ୍ରହ୍ମପୁର ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.