oom

ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ : ପରିଚୟ ଅସ୍ପଷ୍ଟ

jsmm

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ନୂଆଗାଁ ରାସ୍ତାରେ ଶୁକ୍ରବାର ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରାକ୍ଟର ତଳେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ସଠିକ୍ ପରିଚୟ ମିଳପାରିନାହିଁ । ଖବର ପାଇ ତୁରୁମୁଙ୍ଗା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ମୁତାବକ, ନୂଆଗାଁ ରାସ୍ତାରେ ଏକ ଠିକା ସଂସ୍ଥାର କର୍ମଚାରୀମାନେ ଏକ ଟ୍ରାକ୍ଟର ଯୋଗେ କେବୁଲ୍ ସାମଗ୍ରୀ ନେଇ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ଟ୍ରାକ୍ଟର ଚାଳକଙ୍କ ମୁଣ୍ଡ ବୁଲାଇ ଦେଇଥିଲା । ଫଳରେ ଚାଳକ ଜଣକ ଗାଡିରୁ ପଡିଯାଇଥିଲେ । ପଡିଯିବା ଫଳରେ ଟ୍ରାକ୍ଟରଟି ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ତୁରୁମୁଙ୍ଗା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

jittmm
Leave A Reply

Your email address will not be published.