oom

ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇକୋ କ୍ଲବ୍‌ ଆନୁକୁଲ୍ୟରେ ସଂସ୍କୃତ ଅଧ୍ୟାପକ ସି. ଭୋଇଙ୍କ ଅଧ୍ୟକ୍ଷତାରେ ପରିବେଶ ଶିକ୍ଷା ଅନ୍ତର୍ଗତ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟିର ପୂର୍ବତନ ସଂପାଦକ ଶିବ ପ୍ରସାଦ ଭଞ୍ଜ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବର୍ଜ୍ୟବସ୍ତୁର ସୁପରିଚାଳନା ଦ୍ୱାରା ପରିବେଶ ତଥା ସମାଜର କିପରି ଉନ୍ନତି ସାଧିତ ହେବ ସେହି ବିଷୟରେ ସୁଚାରୁ ରୂପେ ଉପସ୍ଥାପନ କରିଥିଲେ । ବର୍ଜ୍ୟବସ୍ତୁର ସୁପରିଚାଳନା ନିର୍ମିତ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇବାର ଗୁରୁଦାୟିତ୍ୱ ବିଷୟରେ ସି. ଭୋଇ ଆଲୋକପାତ କରିଥିଲେ । ବିଦ୍ୟାଳୟର କିରାଣୀ ପିତାମ୍ବର କର୍ମୀ ଓ ଗଣ୍ଡାରାମ ପାଣିଗ୍ରାହି ନିଜର ସୁଚିନ୍ତିତ ମତାମତ ଦେଇ ଛାତ୍ରୀ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କ୍ରିଡା ଶିକ୍ଷକ ଅଶୋକ କୁମାର ଭଞ୍ଜ ଧନ୍ୟବାଦ ଜ୍ଞାପନ ଜଣାଇଥିବା ବେଳେ ବିଦ୍ୟାଳୟର ସମସ୍ତ କର୍ମଚାରି ଓ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.